Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇରାନ ଗସ୍ତରେ ମିଳିତ ଜାତିସଂଘ ପରମାଣୁ ଏଜେନ୍ସୀ ମୁଖ୍ୟ, ଇରାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ଉଦ୍ୟମ

25/08/2020 at 11:26 AM

ତେହରାନ ୨୫।୮: ଅନ୍ତର୍ଜାତୀୟ ପରମାଣୁ ଉର୍ଜା ଏଜେନ୍ସୀ (ଆଇଏଇଏ) ପ୍ରମୁଖ ରାଫେଲ ଗ୍ରୋସି ସୋମବାର ଦିନ ଇରାନରେ ପହଞ୍ଚିଛନ୍ତି । ସେ ସେଠାରେ ଇରାନ ଦ୍ବାରା ଏକତିତ୍ର କରାଯାଇଥିବା ଅଘୋଷିତ ପରମାଣୁ ସାମଗ୍ରୀ ଅଥବା ବ୍ୟବହାର କରିବାର ସ୍ଥାନ ପର୍ଯ୍ୟନ୍ତ ଜାତିସଂଘର ଏଜେନ୍ସୀକୁ ନୀରିକ୍ଷଣ କରିବାର ଅନୁମତି ଦେବା ଉପରେ ଚର୍ଚ୍ଚା କରିବେ ।

amarujala

ଏହି ଗସ୍ତ ଆମେରିକା ଦ୍ବାରା ୨୦୧୫ରେ ହୋଇଥିବା ଆଣବିକ ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗରେ ମିଳିତ ଜାତିସଂଘରୁ ଇରାନକୁ ବାରଣ କରିବାକୁ ଉଦ୍ୟ କରାଯିବା ଭିତରେ ହୋଇଛି । ଯେଉଁଠିକି ପ୍ରାୟ ୨ ବର୍ଷ ପୂର୍ବେ ଆମେରିକା ଏହି ଚୁକ୍ତିକୁ ଓହରିଯାଇଛି ।

samacharnama

ଏହି ଚୁକ୍ତିରେ ଦସ୍ତଖତ କରିଥିବା ଋଷ, ଚୀନ୍, ବ୍ରିଟେନ୍, ଫ୍ରାନ୍ସ ଏବଂ ଜର୍ମାନୀ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ବେଆଇନ କହିଥିଲେ । ଗ୍ରୋସୀ ମଙ୍ଗଳବାର ଏବଂ ବୁଧବାର ଦିନ ଇରାନୀ ଅଧିକାରୀମାନଙ୍କ ସହ ବୈଠକ କରିବେ । ଆଇଏଇଏ ଇରାନର ଦୁଇଟି ପରମାଣୁ କେନ୍ଦ୍ରର ନୀରିକ୍ଷଣ କରିବାକୁ ଚାହୁଛି ।

   Related Posts