Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମା ଆଖିରୁ ଲୁହ ଶୁଖୁନି -ମାଲକାନଗିରିରେ ଅଜଣା ରୋଗର ଆତଙ୍କ, ୬ ଜଣ ଶିଶୁଙ୍କର ମୃତ୍ୟୁ, ୭ ଆକ୍ରାନ୍ତ

10/11/2019 at 8:39 PM

ମାଲକାନଗିରି ୧୦।୧୧ –  ମାଲକାନଗିରି କାଲିମେଳା ବ୍ଲକ ତାମାନପଲ୍ଲୀ ଗାଁରେ ଅଜଣା ରୋଗର ଆତଙ୍କ । ଗତ ୧୫ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆକ୍ରାନ୍ତ ହୋଇଛନ୍ତି ।   ଖବର ପାଇ ଗାଁରେ କାଲିମେଳା ମେଡ଼ିକାଲର ଏକ ଡ଼ାକ୍ତରୀ ଟିମ ପହଞ୍ଚି  ଚିକିତ୍ସା ଜାରି ରଖିଛି । ହେଲେ ପୁଣି ଜାପାନୀ ଜ୍ବର ଲେଉଟିଥିବା ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଆସିବାସୀ ଲୋକେ ।

ମା ଆଖିରୁ ଲୁହ ଶୁଖୁନି । କାନ୍ଦି କାନ୍ଦି ଭୂଇଁରେ ଲୋଟିପଡୁଛି । କାନ୍ଦ ବୋ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ପୁଅ ଆଉ ଫେରିବନି । ୧୦ ବର୍ଷର ରିସିପ ମାଡକାମି,   ଆରପାରିକୁ ଚାଲିଯାଇଛି । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାପନପାଲ୍ଲି ଗାଁର । ଗାଁରେ ଏବେ ଅଜଣା ରୋଗ ଭୟ । କେଉଁଠି ବିଞ୍ଛଣାରେ ତ କେଉଁଠି ବାରଣ୍ଡାରେ ଶୋଇ ଯାନ୍ତ୍ରଣାରେ ପିଲାମାନେ ଛଟପଟ ହେଉଛନ୍ତି । ହେଲେ ଏମାନଙ୍କୁ କେଉଁ ରୋଗ ହୋଇଛି କେହି ଜାଣି ପାରୁନାହାନ୍ତି । ଗତ ୧୫ ଦିନ ମଧ୍ୟରେ ୬ ଶିଶୁଙ୍କ ମୃତ୍ୟୁ ହୋଇଛି। ଆହୁରି ୭ ଜଣ ଆକ୍ରାନ୍ତ ବି ହୋଇଛନ୍ତି। ସେମାନଙ୍କୁ କାଲିମେଳା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମାଲକାନଗିରିକୁ ପୁଣି କଣ ଜାପାନୀ ଜ୍ବର ଫେରିଲା କି ଏମିତି ଭାବି ଲେକେ ଆତଙ୍କିତ ।

କୁନି କୁନି ଶିଶୁଙ୍କୁ ଏହି ରୋଗ ମାଡିବସୁଛି ।  ପ୍ରଥମେ ଜ୍ବର, କାଶ, ଥଣ୍ଡା ଓ ବାରମ୍ବାର ବାନ୍ତି ହେବା ପରେ ଶିଶୁମାନଙ୍କର ମୃତ୍ୟୁ ହେଉଛି। ଏଭଳି ସ୍ଥିତରେ ଆଦିବାସୀ ଲୋକେ ଡାକ୍ତରି ଔଷଧ ପରିବର୍ତ୍ତେ ଗୁଣିଆ ଓ ଦିଶାରିଙ୍କ ଉପରେ ଭରସା କରୁଛନ୍ତି । ଖବର ପାଇ ଗାଁରେ କାଲିମେଳା ମେଡ଼ିକାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡ଼ାକ୍ତରୀ ଟିମ୍ ପହଞ୍ଚିଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗାଁରେ ଚିକିତ୍ସା କରାଯାଉଛି। ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଆକ୍ରାନ୍ତ ଥିବା ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଲାବ୍ରୋଟାରି ଟେଷ୍ଟ ପରେ କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।

୩ ବର୍ଷ ତଳେ ମାଲକାନାଗିରିରେ ଜାପାନୀ ଏନସେଫାଲାଇଟିସ୍ ଆତଙ୍କ ଖେଳାଇଥିଲା । ପାଖା ପାଖି ଶହେ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥିଲା । ଏବେ ପୁଣି ଥରେ ଶିଶୁଙ୍କ ମୃତ୍ୟୁଲୋକଙ୍କୁ ଭୟଭୀତ କରିଛନ୍ତି।  

।    

   Related Posts