ବର୍ତ୍ତମାନ ଲାଗି କୋଭିଡ ଟିକା ବୁଷ୍ଟର ଡୋଜ୍ ସ୍ଥଗିତ ରହୁ: WHO ମୁଖ୍ୟ

Published By : Prameya-News7 Bureau | August 04, 2021 IST

ଜେନେଭା୪।୮ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ କୋଭିଡ-୧୯ ଟିକାର ବୁଷ୍ଟର ଡୋଜ୍‌ ନ କରିବା ଲାଗି ବୁଧବାର ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ବୁଷ୍ଟର ଡୋଜ ବାବଦେ ବଳକା ଟିକାରେ ଏ ପର୍ଯ୍ୟନ୍ତ ଟିକାକରଣ ହୋଇ ପାରିନଥିବା ଦେଶମାନଙ୍କରେ ଅନୁନ୍ୟ  ପ୍ରଥମ ଡୋଜ ଟିକା ଦାନ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।  ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡା.ଟେଡ୍ରୋସ୍ ଅଧୋନମ ଗେବ୍ରେୟେସସ୍ ଟିକାକରଣ ଲାଗି ବିଶେଷ କରି ଧନିକ ଦେଶମାନଙ୍କୁ ଏହି ଅପିଲ କରିଛନ୍ତି।

ଡବ୍ଲୁଏଚଓ ଅଧିକାରୀ କହିଛନ୍ତି ଯେ ୨ଟି ଡୋଜ ଟିକା କରିସାରିଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଦ୍ୱାରା କରୋନା ଭାଇରସ ସଂକ୍ରମଣର ପ୍ରସାର ଅଟକି ଯାଉଛି ତାହା ବିଜ୍ଞାନରେ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ। ଏଥିରେ ଯେଉଁ ଦେଶମାନେ ଟିକାକରଣ ସଂଖ୍ୟା ଦୃଷ୍ଟିରୁ ବିକାଶଶୀଳ ଦେଶଙ୍କ ଠାରୁ ଢେର ଆଗରେ ଅଛନ୍ତି ସେମାନଙ୍କ ଟିକା ବଳାଇ ଯେଉଁ ଦେଶମାନଙ୍କରେ ଏପର୍ଯ୍ୟନ୍ତ ଟିକାକରଣ ଆରମ୍ଭବି ହୋଇନି ସେଠାରେ ଅନୁନ୍ୟ ଗୋଟିଏ ଡୋଜ ଲେଖାଏଁ ଲୋକଙ୍କ ଟିକାକରଣ କରାଇ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି।

{"id":491003,"sizeSlug":"full","linkDestination":"none"}

ବିକାଶଶୀଳ ଦେଶଙ୍କ ଲାଗି ଟିକାର ପହଞ୍ଚ ସୁଗମ କରିବା ପାଇଁ ପ୍ରଥମରୁ ଡବ୍ଲୁଏଚଓ ସାରା ବିଶ୍ୱକୁ ନିବେଦନ କରିଆସୁଛନ୍ତି। ଏଥି ଲାଗି ଅଧିକରୁ ଅଧିକ ପଦକ୍ଷେପ ନେବା ଲାଗି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ନିବେଦନ କରୁଛନ୍ତି। ଏଥିଲାଗି ଡବ୍ଲୁଏଚଓ ଚଳିତବର୍ଷ ପ୍ରାରମ୍ଭରୁ ଟିକାକରଣର ଲକ୍ଷ ମଧ୍ୟ ଧାର୍ଯ୍ୟ କରିଥିଲେ। ଯେଉଁଥିରେ ଅନୁନ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ  ଟିକାକରଣର ଲକ୍ଷ ଧାର୍ଯ୍ୟ ହୋଇଥିଲା।

ସେହି ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସେ ପର୍ଯ୍ୟନ୍ତ କୋଭିଡ ଟିକାର ବୁଷ୍ଟର ଡୋଜ ନ କରିବାକୁ ନିବେଦନ କରିଛନ୍ତି ଯେଉଁ ପର୍ଯ୍ୟନ୍ତ ସବୁ ଦେଶରେ ଅନୁନ୍ୟ ୧୦ ପ୍ରତିଶତ ଲୋକଙ୍କୁ ଟିକା ଦିଆନ ସରିଛି। ଏଥିଲାଗି ଡବ୍ଲୁଏଚଓ ଏକ ସମୟ ସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ ୩୦ ସେପ୍ଟେମ୍ବରକୁପ ଶେଷ ତାରିଖ ଘୋଷଣା କରିଥିବା ବେଳେ ଅନୁନ୍ୟ ସବୁ ଦେଶରେ ୧୦ ପ୍ରତିଶତ ଟିକାକରଣ କାର୍ଯ୍ୟ ସାରିବାକୁ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.