ଜାତିସଂଘ ଅଥବା ଏହାର କଟକଣାକୁ ଡରୁ ନାହନାନ୍ତି ମିଆଁମାର ଜେନେରାଲ : UN ସ୍ୱତନ୍ତ୍ର ଦୂତ

Published By : Prameya-News7 Bureau | March 04, 2021 IST

ନ୍ୟୁୟର୍କ : ମିଆଁମାରରେ ସାମରିକ ବିଦ୍ରୋହ କରିଥିବା ଜେନେରାଲ କୌଣସି ପ୍ରକାର ବୈଶ୍ୱିକ କଟକଣା ଲାଗି ଭୟଭୀତ ନୁହେଁ। ଏହା କହିଛନ୍ତି ଜାତିସଂଘ ସ୍ୱତନ୍ତ୍ର ଦୂତ କ୍ରିଷ୍ଟିନ ଶ୍ରାନେର ବର୍ଗନର। ତେବେ ଶାସନ କାୟମ କରିବାକୁ ଦେଶରେ ହେଉଥିବା ବିରୋଧକୁ ନେଇ ସେନା ସଂକଟରେ ଥିବା ସେ ଅନୁଭବ କରୁଛନ୍ତି  ବୋଲି କହିଛନ୍ତି। ଏ ନେଇ ବର୍ଗନର ଏକ ସାମ୍ବାଦିକ ସମ୍ମିଳନୀକୁ ସୂଚିତ କରିଛନ୍ତି।

{"id":417956,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ଫେବୃଆରୀ ୧ ତାରିଖ ଦିନ ଦେଶରେ କୋପଡି’ଟେଟ୍‌ କାଳରେ ଏ ନେଇ ମିଆଁମାର ସେନାମୁଖ୍ୟଙ୍କୁ ସେ ସତର୍କ କରିଥିଲେ। ଏଥିରେ ଜାତି ସଂଘ ସୁରକ୍ଷା ପରିଷଦ ଓ ସଦସ୍ୟ ଦେଶମାନେ ମିଆଁମାର ସେନା ବିରୋଧରେ କଡା ପଦକ୍ଷେପ ନେଇ ପାରନ୍ତି ବୋଲି ମଧ୍ୟ ସତର୍କ କରିଥିଲେ। ଏହାର ଜବାବରେ ଆମ ଲାଗି ଜାତି ସଂଘ ପ୍ରତିବନ୍ଧକ କିଛି ନୂଆ କଥା ନୁହେଁ ବୋଲି ଜେନେରାଲ କହିଥିବାର ବର୍ଗନର କହିଛନ୍ତି।  ଆଗରୁ ମଧ୍ୟ ଆମେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ସାରିଛୁ ବୋଲି ଓଲଟି ଜବାବ ଦେଇଥିଲେ ।

{"id":417959,"width":580,"height":386,"sizeSlug":"large","linkDestination":"none"}

ସେହିପରି ମିଆଁମାରକୁ ହୁଏତ ବିଶ୍ୱରୁ ଏକଘରକିଆ  କରିଦିଆଯାଇପାରେ ବୋଲି ଜେନେରାଲଙ୍କୁ ଜାତିସଂଘ ସ୍ୱତନ୍ତ୍ର ଦୂତ ତାଙ୍କୁ ଧମକାଇଥିଲେ। ହେଲେ ସ୍ୱଳ୍ପ କିଛି ମିତ୍ର ଦେଶଙ୍କୁ ନେଇ ଆମେ ଚାଲିଶିଖିଥିବାର ସେ ଜବାବ ଦେଇଥିଲେ। ତେବେ ତାଙ୍କ ସହ କଥାବାର୍ତ୍ତାରେ ଜେନେରାଲଙ୍କ ରଣନୀତି ସେ ଜାଣିପାରିଥିବା ବର୍ଗନର କହିଛନ୍ତି।

{"id":417960,"sizeSlug":"large","linkDestination":"none"}

ଲୋକଙ୍କୁ ଡରାଇବେ, ଧମକାଇବେ ଓ ଗିରଫ କରିବେ ଏଥିରେ ଅନେକ ଲୋକେ ଘରକୁ ଫେରିଯିବେ। ଆନ୍ଦୋଳନ ଥମିଲେ ଦେଶରେ ସେନାର ଶାସନ କାୟମ ହେବ ଓ ଲୋକେ ପରିସ୍ଥିତି ସହ ବଞ୍ଚିବା ଶିଖିଯିବେ ବୋଲି ଜେନେରାଲ କହିଥିଲେ। ତେବେ ସେ ଯାହା ଭାବୁଛନ୍ତି ତାହା ଏବେ ଆଉ ସମ୍ଭବ ନୁହେଁ ବୋଲି ବର୍ଗନର ତାଙ୍କୁ କହିଥିଲେ। କାରଣ ଗତ ୧୦ ବର୍ଷ ହେଲା ଲୋକେ ମୁକ୍ତ ବାତାବରଣରେ ସମୟ ବିତାଇ ଆସୁଛନ୍ତି। ସେମାନେ ପୁଣି ୧୯୮୮ର ପରିସ୍ଥିତିକୁ ଫେରିବାକୁ ସହଜରେ ରାଜି ହେବେନି ବୋଲି ଜେନେରାଲଙ୍କୁ କହିଥିଲେ।

{"id":417961,"sizeSlug":"large","linkDestination":"none"}

ଏହା ଛଡା ୧୯୮୮ ଓ ୨୦୦୮ କଥା ଭିନ୍ନ। ଏବେ ଯୁବ ସମୂଦାୟ ଆନ୍ଦୋଳନର ନେତୃତ୍ୱ ନେଉଛି। ଏଣୁ ଏହା ଏତେ ସହଜ ନୁହେଁ ଯେମିତି ଜେନେରାଲ ଭାବୁଛନ୍ତି ବୋଲି ବର୍ଗନର ତାଙ୍କୁ କହିଥିଲେ। ବର୍ଗନର ଯାହା ଆଶଙ୍କା କରିଥିଲେ ଏବେ ଦେଶରେ ସେଇଆ ହେଉଛି। ଲୋକେ ଦିନଦିନ ଘରଦ୍ୱାର ଛାଡି ରାସ୍ତାରେ କଟାଉଛନ୍ତି। ପୋଲିସ ଓ ସେନା କାର୍ଯ୍ୟାନୁଷ୍ଠାନରେ ଜନତାଙ୍କ ଆକ୍ରୋଷ ବଢୁଛି। ଏଣୁ ମିଆଁମାରରେ ସେନା ଏବେ ସଂକଟରେ ପଡିଯାଇଥିବା ବର୍ଗନର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.