Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ହଟାଇବା ପାଇଁ ପାକିସ୍ତାନ କଲା ଦାବି, ୟୁଏନ୍ ଦେଲା ଏମିତି କଡ଼ା ଜବାବ…

24/08/2019 at 2:02 PM

ମୁମ୍ବାଇ୨୪|୮: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ୟୁନିସେଫର ବ୍ରାଣ୍ଡ  ଆମ୍ବାସଡର ପଦରୁ ହଟାଇବା ପାଇଁ ପାକିସ୍ତାନ ଦାବି କରିଛି।କାଶ୍ମୀର ପ୍ରସଙ୍ଗରେ ପ୍ରିୟଙ୍କା ଟ୍ବିଟକରି ଭାରତୀୟ ସେନା ଓ ସରକାରଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇବା ପାଇଁ ପାକିସ୍ତାନ ଦାବି କରୁଛି। ଏହି ଘଟଣା ଉପରେ ସଂଯୁକ୍ତ ରାଷ୍ଟ୍ରର ପ୍ରବକ୍ତା ଷ୍ଟିଫେନ ଦୁଜାରିକ କହିଛନ୍ତି, ଯେକୌଣସି ପ୍ରସଙ୍ଗ ଉପରେ ପ୍ରିୟଙ୍କା ନିଜର ସ୍ବାଧୀନ ଓ ବ୍ୟକ୍ତିଗତ ମତ ଦେଇ ପାରିବେ ।

 ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ପ୍ରିୟଙ୍କାଙ୍କୁ ନେଇ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ଉପରେ ଚାଲିଥିବା ଭାରତ ସରକାର ନିୟମକୁ ପ୍ରିୟଙ୍କା ସମର୍ଥନ କରୁଛନ୍ତି। ତେଣୁ ୟୁନାଇଟେଡ୍ ନେସନସ୍‌ ଚିଲଡ୍ରେନ୍ସ ଫଣ୍ଡର ବ୍ରାଣ୍ଡ ଆମ୍ବାସଡର ପଦରୁ ତାଙ୍କୁ ହଟାଯାଉ ।

ୟୁନିସେଫ କାର୍ଯ୍ୟକାରୀ ନିର୍ଦେଶକ ହେନରିଟା ଏଚ ଫୋରଙ୍କୁ ବୁଧବାର ଦିନ ମଜାରୀ ଚିଠି ଲେଖି ଏ ସଂପର୍କରେ ଜଣାଇଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରରେ  ପରମାଣୁ  ଯୁଦ୍ଧ ହେଉ ବୋଲି ପ୍ରିୟଙ୍କା ଚତାହୁଁଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସଂଯୁକ୍ତ ରାଷ୍ଟ୍ରର ପ୍ରବକ୍ତା ଦୁଜାରିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚୋପଡା କିମ୍ବା ଅନ୍ୟ ଯିଏ ବି ହେଉନା କାହିଁକି , ଏହିଭଳି ବିବାଦୀୟ ପରିସ୍ଥିତିରେ ସେ ନିରପେକ୍ଷ  ରହିବେ ବୋଲି ତାଙ୍କର ବିଶ୍ବାସ ରହିଛି।ତେବେ କୌଣସି ପ୍ରସଙ୍ଗରେ କେହି ନିଜର ମତ ରଖିବାରେ କୌଣସି ଅସୁବିଧା ନାହିଁ ​‌ବୋଲି ଦୁଜାରିକ ସ୍ପଷ୍ଟ କରିଥିଲେ।

 ଭାରତୀୟ ସେନାଙ୍କୁ ସମର୍ଥନ କରି ପ୍ରିୟଙ୍କା ଯେହେତୁ  ଟ୍ବିଟ କରୁଛନ୍ତି ତେଣୁ ସେ ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ରହିବା ଠିକ୍‌ କି ବୋଲି ଦୁଜାରିକଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ସେହିଭଳି ମଜାରୀଙ୍କ ଚିଠି ପୂର୍ବରୁ ଆମେରିକାର ଏକ କାର୍ଯ୍ୟକ୍ରମରେ ମଧ୍ୟ ପାକିସ୍ତାନର ଜଣେ ମହିଳା ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ , ଉଭୟ ଦେଶ ମଧ୍ୟରେ ପରିମାଣୁ  ଯୁଦ୍ଧକୁ ହୁସ୍‌କାଉଛନ୍ତି ପ୍ରିୟଙ୍କା।

   Related Posts