Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଆଫଗାନିସ୍ତାନ ଓ ମିଆଁମାରରେ ବନ୍ଧୁକ ମୁନରେ ଶାସନ କରୁଥିବା ଲୋକଙ୍କୁ ୟୁଏନ ଦେଲା ବଡ ଝଟକା

27/09/2021 at 9:06 PM

ନୂଆଦିଲ୍ଲୀ ୨୭।୦୯: ବନ୍ଧୁକ ଦମରେ ଆଫଗାନିସ୍ତାନରେ କ୍ଷମତା ହାତେଇଥିବା ତାଲିବାନ ଓ ମିଆଁମାରରେ ଗାଦିଚ୍ୟୁତ୍ କରିଥିବା ସୈନ୍ୟ ସରକାରଙ୍କୁ ଜୋରଦାର ଝଟକା ଦେଲା ମିଳିତ ଜାତିସଂଘ। ଏହି ଦୁଇ ଦେଶକୁ ଜାତିସଂଘର ସାଧାରଣ ସଭାରେ କହିବାକୁ ସୁଯୋଗ ଦିଆଯାଇନାହିଁ।

ଜାତିସଂଘ ମହାସଭାର ୭୬ତମ ଅଧିବେଶନର ଉଚ୍ଚସ୍ତରୀୟ ଆଲୋଚନାର ଶେଷ ଦିନରେ ବକ୍ତାଙ୍କ ତାଲିକାରେ ଆଫଗାନିସ୍ତାନ ଓ ମିଆଁମାରର ନାମ ନଥିଲା। ଶୁକ୍ରବାର ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଥିଲେ ଯେ, ଏ ପର୍ଯ୍ୟନ୍ତ ସୋମବାରର ବକ୍ତାଙ୍କ ସୂଚୀରେ ଆଫଗାନିସ୍ତାନର ପ୍ରତିନିଧି ଗୁଲାମ ଏମ ଇସାକଜଇଙ୍କ ନାମ ରହିଛି। ହେଲେ ସୋମବାର ବକ୍ତାଙ୍କ ତାଲିକାରେ ଏହି ଦୁଇ ଦେଶର ନାମ ନଥିଲା।

ମିଆଁମାରରେ ସରକାରଙ୍କୁ ଗାଦିଚ୍ୟୁତ୍ କରି ସେଠାରେ ସେନା ସରକାର ସମ୍ଭାଳିଛି। ଏହି ଘଟଣା ପରେ ଜାତିସଂଘରେ ଦେଶର ରାଜଦୂତ କ୍ୟାବ୍ ମୋ ତୁନଙ୍କୁ ବରଖାସ୍ତ କରାଯାଇଥିଲା। ସେହି ପରି ଆମେରିକା ସୈନିକଙ୍କ ପ୍ରତ୍ୟାହାର ପରେ  ନିକଟରେ ଆଫଗାନିସ୍ତାନକୁ ଅକ୍ତିକାର କରି ବନ୍ଧୁକ ମୁନରେ ସରକାର ଚଳାଉଥିବା ତାଲିବାନର ଇଚ୍ଛା ମଧ୍ୟ ପୂରା ହୋଇ ପାରିନାହିଁ। ଗତ ସପ୍ତାହରେ ତାଲିବାନ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କୁ ଚିଠି ଲେଖି ନିଜର ମୁଖପାତ୍ର ସୁହେଲ ଶାହିନଙ୍କୁ ଜାତିସଂଘରେ ନିଜର ଦୂତ ଭାବେ ମହାସଭାରେ ସମ୍ବୋଧିତ କରିବାକୁ ସୁଯୋଗ ଦେବାକୁ ଦାବି କରିଥିଲା।

   Related Posts