Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

UN report : ଇମ୍ରାନଙ୍କ ସରକାରରେ ପାକିସ୍ତାନର ଅଳ୍ପସଂଖ୍ୟକ ନିର୍ଯାତିତ, ବିପଦରେ ଇସାଇ ଓ ହିନ୍ଦୁ

15/12/2019 at 3:45 PM

ନ୍ୟୁୟର୍କ : ପାକିସ୍ତାନରେ ମହିଳାଙ୍କ ସ୍ଥିତିନେଇ ଜାତିସଂଘ କମିଶନଙ୍କ ରିପୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ରିପୋର୍ଟରେ ପାକିସ୍ତାନର ଇମ୍ରାନ ଖାନ ସରକାରରେ ଅଳ୍ପସଂଖ୍ୟକ ଲୋକଙ୍କ ଧାର୍ମିକ ସ୍ୱତନ୍ତ୍ରତା ଲଗାତାର ଖରାପ ହେଉଥିବା କୁହାଯାଇଛି।  ତେହେରିକ-ଏ-ଇନସାଫ ସରକାରଙ୍କ ପକ୍ଷପାତପୂର୍ଣ୍ଣ ଆଇନ ହିଁ ଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଲାଗି ଚରମପନ୍ଥୀ ମାନସିକତାଧାରୀଙ୍କୁ ଉସକାଉଛି ବୋଲି ଆୟୋଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।  

ଡିସେମ୍ବରରେ ପ୍ରକାଶିତ ୪୭ ପୃଷ୍ଠାର ଏହି ରିପୋର୍ଟରେ ଆୟୋଗ ପାକିସ୍ତାନରେ ଥିବା ବ୍ଲାସଫେମୀ ଆଇନକୁ ରାଜନୀତି ଓ ସଶସ୍ତ୍ରୀକରଣ ଲାଗି ବ୍ୟବହାର କରୁଥିବାରୁ ଆୟୋଗ ଚିନ୍ତାବ୍ୟକ୍ତ କରିଛନ୍ତି। ଯାହାକୁ ଦେଶର ମୁସଲମାନ ସମୂହ କେବଳ ରାଜନୈତିକ ଉଦ୍ଦେଶ୍ୟ ସିଦ୍ଧି ଲାଗି ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ପ୍ରୟୋଗ କରୁଥିବା ଆୟୋଗ ଆକଳନ କରିଛନ୍ତି।

ଆୟୋଗଙ୍କ ଅନୁସାରେ ଇସ୍ଲାମ ଦେଶ ପାକିସ୍ତାନରେ ଖ୍ରୀଷ୍ଟିଆନ, ହିନ୍ଦୁ ବିଶେଷ କରି ମହିଳା ଓ ଯୁବତୀ ଅତ୍ୟନ୍ତ ଦୁର୍ବଳବର୍ଗର। ଏଣୁ ପ୍ରତିବର୍ଷ ହଜାର ହଜାର ମହିଳା ଓ ଯୁବତୀଙ୍କୁ ଅପହରଣ କରି ଧର୍ମାନ୍ତରଣ ସହ ମୁସଲମାନଙ୍କୁ ବିବାହ କରାଇ ଦିଆଯାଉଛି। ସେପଟେ ଅପହରଣକାରୀଙ୍କ ଧମକ ଯୋଗୁ ପୀଡିତା ଆଇନର ଆଶ୍ରୟ ବି ନେଇ ପାରୁନଥିବା ବେଳେ ପରିବାର ଚୁପ ରହିବାକୁ ବାଧ୍ୟ ହେଉଛନ୍ତି। ସେପଟେ ପୋଲିସରେ କର୍ମଚାରୀଙ୍କ ଅଭାବ, ନିଷ୍ପଳ କାର୍ଯ୍ୟାନୁଷ୍ଠାନ ଓ ବିଚାର ପ୍ରକ୍ରିୟାରେ ଧାର୍ମିକ ଭେଦଭାବ ଯୋଗୁ ଲୋକେ ଆଇନକାନୁନର ସହାୟତା ବି ନେଉନାହାନ୍ତି। ଯାହା ଏବେ ସବୁଠୁ ଚିନ୍ତାର କାରଣ ବୋଲି ଆୟୋଗ କହିଛନ୍ତି।

ଆୟୋଗ ରିପୋର୍ଟରେ ବିଭିନ୍ନ ଉଦାହରଣ ଦେଇ ପାକିସ୍ତାନର ସଂଖ୍ୟାଲଘୁଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ମନେ କରାଯାଉଥିବା ଉଲ୍ଲେଖ କରିଛନ୍ତି। ଗତ ମେ ମାସରେ ଜନୈକ ପଶୁ ଚିକିତ୍ସକ ରମେଶ କୁମାର ମଲହୀ କୁରାନ ପୃଷ୍ଠାରେ ଔଷଧ ଦେବା ଯୋଗୁ ଗୁରୁତର ପରିସ୍ଥିତି ଉପୁଜିଥିଲା। ମୁସଲମାନମାନେ ପଶୁ ଚିକିତ୍ସାଳୟ ସମେତ ଆଖପାଖରେ ଥିବା ଦୋକାନରେ ନିଆଁ ଲଗାଇ ଦେଇଥିବା ବେଳେ ପଶୁଚିକିତ୍ସକଙ୍କ ବିରୋଧରେ ବ୍ଲାସଫେମୀ ଆଇନରେ ଅଭିଯୋଗ ବି ହୋଇଥିଲା। ପାକିସ୍ତାନରେ ବ୍ଲାସଫେମୀ ଆଇନ ଯେ କୌଣସି ବ୍ୟକ୍ତିଙ୍କୁ ବି ବେଶ୍ ସହଜରେ ଅପରାଧୀ ସାବ୍ୟସ୍ତ କରିପାରୁଛି। ଏଥିଯୋଗୁ ଅନେକ ସମୟରେ ସଂଖ୍ୟାଲଘୁ ସମୁଦାୟ ମିଥ୍ୟା ମୋକଦ୍ଦମାରେ ଫସୁଛନ୍ତି। ଏଣୁ ଏଠାରେ ସାମାଜିକ ସଦଭାବ ବି ବିଗିଡିବାରେ ଲାଗିଥିବା ଆୟୋଗ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।    

   Related Posts