ୟୁଏନ ମହାସଚିବଙ୍କ ଆମେରିକା-ଚୀନକୁ ଚେତାବନୀ, ଆଉ ଏକ ଶୀତଳ ଯୁଦ୍ଧରୁ ଦୂରେଇ ରୁହ ଦୁଇ ଦେଶ

Published By : Prameya-News7 Bureau | September 20, 2021 IST

ନ୍ୟୁୟର୍କ ୨୦।୦୯: ଚୀନ ଓ ଆମେରିକାକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କ ଚେତାବନୀ। ସମ୍ଭାବିତ ଶୀତଳ ଯୁଦ୍ଧରୁ ଦୂରେଇ ରୁହନ୍ତୁ ଦୁଇ ଦେଶ। ସଂପର୍କରେ ତିକ୍ତତା ନଆଣି ସୁଧାରିବାକୁ ଆମେରିକା ଓ ଚୀନକୁ କହିଛନ୍ତି ଗୁଟେରସ।

ମିଳିତ ଜାତିସଂଘର ସାଧାରଣ ସଭା ପୂର୍ବରୁ ମହାସଚିବ ଗୁଟେରସ କହିଛନ୍ତି ଯେ, ଆମେ କୌଣସି ପରିସ୍ଥିତିରେ ଶୀତଳ ଯୁଦ୍ଧ ଚାହୁଁନାହୁଁ। ଅତୀତରେ ଏହା ଘଟି ସାରିଛି। କିନ୍ତୁ ଏବେ ଶୀତଳ ହେଲେ ତାକୁ ନିୟନ୍ତ୍ରଣ କରିବା ବହୁତ ମୁସ୍କିଲ ହୋଇଯିବ। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ହେବାକୁ ଯାଉଛି। ଏଥିରେ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଅନେକ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଦୁର୍ଭାଗ୍ୟବଶତଃ ଆଜି ଅନେକ ଦେଶ ମଧ୍ୟରେ ସଂଘର୍ଷ ଘଟୁଥିବା ଶନିବାର ଆସୋସିଏଟେଡ୍ ପ୍ରେସ୍ ସହ ଆଲୋଚନା ବେଳେ ଏହା କହିଛନ୍ତି।  ଆମେରିକା ଓ ଚୀନ ଦୁଇ ମହାଶକ୍ତି ମଧ୍ୟରେ ଆମେ ମଧୁର ସଂପର୍କ ଚାହୁଁଛୁ ବୋଲି ଗୁଟେରସ କହିଛନ୍ତି। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ଉତ୍ତମ ସମନ୍ଵୟ ଏବଂ ବିଶ୍ଵର ଦୁଇ ମହାଶକ୍ତି ମଧ୍ୟରେ ସୁସଂପର୍କ  ବିନା ଆମେ  ବିଶ୍ଵରେ ଟିକାକରଣରେ ଥିବା ସମସ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ପରି ଗୁରୁତର ପ୍ରସଙ୍ଗର ସମାଧାନ କରି ପାରିବା ନାହିଁ।

ଦୁଇ ବର୍ଷ ପୂର୍ବେ ଗୁଟେରସ ସତର୍କ କରାଇଥିଲେ ଯେ, ଦୁନିଆର ଦୁଇ ମହାଶକ୍ତି ମଧ୍ୟରେ ତିକ୍ତତା ବଢିଲେ ଏହା ଦୁନିଆ ପାଇଁ ବିପଦ ସୃଷ୍ଟି ହେବ। ଆମେରିକା ଓ ଚୀନ ପରସ୍ପରକୁ ମାତ୍ ଦେବା ପାଇଁ  ଆର୍ଥିକ, ବାଣିଜ୍ୟ, ସାମରିକ ଆଦି କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଶେଷ କରି ଆମେରିକା ଓ ଚୀନ ସାମରିକ କ୍ଷେତ୍ରରେ ଯେଉଁ ରଣନୀତି ଏବଂ ଆଭିମୁଖ୍ୟ ଆପଣଉଛନ୍ତି ତାହା ବିଶ୍ଵକୁ ଯୁଦ୍ଧର ମୁହାଣରେ ଆଣି ଛିଡା କରାଇବ ବୋଲି ଗୁଟେରସ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.