ଇଂଲଣ୍ଡ-ଇଣ୍ଡିଜ ଟେଷ୍ଟ : ଓଲ୍ଡ ଟ୍ରାଫର୍ଡ ଟେଷ୍ଟ ମ୍ୟାଚ୍‌ ଅଧାରେ ବଲ୍‌ ହେଲା ସାନିଟାଇଜ୍‌, ଭୁଲ୍‌ରେ ଡୋମ୍ ସିବ୍‌ଲେ ବଲ୍‌ରେ ଲଗାଇଦେଲେ ଲାଳ

Published By : Prameya-News7 Bureau | July 20, 2020 IST

ଲଣ୍ଡନ ୨୦।୦୭: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ଜାରି ହୋଇଥିବା ନୂତନ ଗାଇଡ୍‌ଲାଇନ୍‌ ଅନୁସାରେ ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଛି । ନୂତନ କୋଭିଡ଼ ନିୟମ ଅନୁସାରେ ପଡିଆରେ ଖେଳିବାକୁ ଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ରବିବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଓପନର୍ ଡୋମ୍ ସିବ୍‌ଲେ ଏକ ଭୁଲ କରିଛନ୍ତି । ବାରଣ ସତ୍ତ୍ୱ ବଲ୍‌ରେ ଲାଳ ପ୍ରୟୋଗ କରିଥିଲେ । ଯାହାକି ଆଇସିସି ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମର ଉଲ୍ଲଂଘନ କରାଯାଇଛି । ଡୋମ୍ ସିବ୍‌ଲେ ପ୍ରଥମ ଖେଳାଳି ଯିଏ କି ଆଇସିସି ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମର ଭଙ୍ଗ କରିଛନ୍ତି ।

ରବିବାର ଦିନ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଅମ୍ପାୟାରମାନେ ବଲକୁ ସାନିଟାଇଜ୍‌ କରିବାକୁ ପଡିଲା। ମ୍ୟାଚର ଦ୍ୱିତୀୟ ଅଧିବେଶନରେ ଇଂଲଣ୍ଡର ଖେଳାଲି ଡୋମ ସିବ୍‌ଲେ ଭୁଲରେ ବଲରେ ନିଜର ଲାଳ ପ୍ରୟୋଗ କରିଥିଲେ ଯାହାକି ନୂତନ ନିୟମ ଅନୁସାରେ ଏହା ଅନୁମତିପ୍ରାପ୍ତ ନୁହେଁ। ଏହା ଜାଣିବା ପରେ ଅମ୍ପାୟାରମାନେ କିଛି ସମୟ ପାଇଁ ଖେଳକୁ ବନ୍ଦ କରିଦେଇଥିଲେ ।

wp:html /wp:html

ୱେଷ୍ଟଇଣ୍ଡିଜ୍ ଇନିଂସର ୪୨ ତମ ଓଭର ଆରମ୍ଭ ପୂର୍ବରୁ ଅମ୍ପାୟାର ମାଇକେଲ ଗୁଗ ଟିସୁ ଖୋଲି ଉଭୟ ପାର୍ଶ୍ୱରେ ବଲ୍ ସଫା କରୁଥିବା ଦେଖାଯାଇଥିଲା। ପରେ ଏହା ଜାଣିବାକୁ ମିଳିଲା ଯେ, ସିବଲି ଭୁଲ୍‌ରେ ବଲରେ ଲାଳ ପ୍ରୟୋଗ କରିଥିଲେ ଏବଂ ଆୟୋଜକ ଟିମ୍‌ ତୁରନ୍ତ ଏହି ଖବର ଅମ୍ପାୟରଙ୍କୁ ଦେଇଥିଲେ , ଅମ୍ପାୟର ତୁରନ୍ତ ବଲ୍‌କୁ ସାନିଟାଇଜ୍ କରିଥିବାର ଦେଖିବାକୁ ମିଳିଥିଲା । ବଲ୍‌କୁ ସାନିଟାଇଜ୍‌ କରିବା ପରେ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା । କିଛି ସମୟ ପରେ ସିବଲି ନିଜ ଭୁଲ୍‌ ସ୍ୱୀକାର କରିଥିଲେ । ଭୁଲ୍‌ବଶତଃ ସେ ଲାଳ ପ୍ରୟୋଗ କରିଦେଇଥିଲେ ବୋଲି କହିଥିବାର ସୂଚନା ରହିଛି ।  

ସାରାବିଶ୍ୱରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହି ସମୟରେ କ୍ରିକେଟ୍‌ ଖେଳ ନେଇ ଆଇସିସି ପକ୍ଷରୁ ନୂତନ ନିୟମ ଜାରି କରାଯାଇଥିଲା ।  ମାରାତ୍ମକ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଆଇସିସି ପକ୍ଷରୁ ଜାରି କରାଯାଇଥିବା ନିୟମରେ  ଲାଲ ଦ୍ୱାରା ବଲକୁ ଚମକାଇବା ଉପରେ କଟକଣା ଲଗାଇଥିଲା । କୌଣସି ଖେଳାଳି ଲାଳକୁ ବଲ୍‌ରେ ଲଗାଇପାରିବେ ନାହିଁ ।  ଯଦି ଏପରି କେହି କରନ୍ତି, ତେବେ ପ୍ରଥମେ ଦଳକୁ ଚେତାବନୀ ଦିଆଯିବ। କିନ୍ତୁ ଏହି କାର୍ଯ୍ୟକୁ ବାରମ୍ବାର ଦୋହରାଇଥିବାରୁ ଏହାକୁ ଦଣ୍ଡ ଦିଆଯାଇପାରେ  । ଯଦି କେହି ଜାଣିଶୁଣି କିମ୍ବା ଅଜାଣତରେ କରନ୍ତି । ଘଟଣାର ଯାଞ୍ଚ ହୋଇ ପାଞ୍ଚ ରନ୍ ପେନାଲ୍ଟି ପାଇଁ ଦଳକୁ ଦୁଇଟି ଚେତାବନୀ ମଧ୍ୟ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.