ନବଜାତ ଶିଶୁଙ୍କ ଆନୁବଂଶିକ ରୋଗର ନିଦାନ ଲାଗି ‘ଉମିଦ’ ଯୋଜନାର ଶୁଭାରମ୍ଭ , ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଗର୍ଭବତୀ ଓ ୫ ହଜାର ନବଜାତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ - କେନ୍ଦ୍ରବିଜ୍ଞାନ ଓ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି‘ଉମିଦ’ (ଆନୁବଂଶିକରୋଗରଚିକିତ୍ସା ଓ ଅଭିନବ ପରିଚାଳନା ପଦ୍ଧତି)ଯୋଜନାରଶୁଭାରମ୍ଭ କରିବାସହିତଦେଶରବିଭିନ୍ନ ପ୍ରାନ୍ତରେ ନିଦାନ (ଜାତୀୟ ଆନୁବଂଶିକରୋଗ ପରିଚାଳନା) କେନ୍ଦ୍ରର ଉଦଘାଟନ କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜୈବପ୍ରଯୁକ୍ତିବିଭାଗସହାୟତାରେ ଏହି ଦୁଇଟିଯୋଜନା ଆରମ୍ଭ କରାଯାଇଛି।
ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀକହିଥିଲେ ଯେ ଏହିଯୋଜନାସରକାରୀଡାକ୍ତରଖାନାଗୁଡ଼ିକରେ ଆରମ୍ଭ ହେଉଥିବାରୁ ଆନୁବଂଶିକରୋଗରବ୍ୟୟବହୁଳଚିକିତ୍ସାଖର୍ଚ୍ଚବହନ କରିପାରୁନଥିବାଲୋକମାନେ ଏହାଦ୍ୱାରାଲାଭବାନ ହୋଇପାରିବେ। ଆନୁବଂଶିକରୋଗରେ ଆକ୍ରାନ୍ତ ଶିଶୁଙ୍କ ଉପଯୁକ୍ତଚିକିତ୍ସା ତଥା ଜନସାଧାରଣଙ୍କମଧ୍ୟରେଏହିରୋଗବିଷୟରେସଚେତନତାସୃଷ୍ଟିକରିବାଉଦ୍ଦେଶ୍ୟରେଏପରିକାର୍ଯ୍ୟକ୍ରମ ଆରମ୍ଭ କରିବାଲାଗିଜୈବ ପ୍ରଯୁକ୍ତିବିଭାଗକୁ ଡା. ହର୍ଷବର୍ଦ୍ଧନ ଅଭିନନ୍ଦନ ଜଣାଇଥିଲେ । ସେ ଆହୁରିକହିଥିଲେ ଯେ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟସେବାର ପ୍ରସାର ସୁନିଶ୍ଚିତ ହୋଇପାରିବ ।
ଜୈବ ପ୍ରଯୁକ୍ତି ବିଭାଗ ସଚିବ ଡ. ରେଣୁସ୍ୱରୂପ ‘ଉମିଦ’ଯୋଜନାକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେବର୍ଣ୍ଣନା କରିଥିଲେ । ଏହାଦ୍ୱାରା ଅଧିକରୁ ଅଧିକ ଆନୁବଂଶିକ ରୋଗାକ୍ରାନ୍ତ ଶିଶୁ ଚିକିତ୍ସିତ ହୋଇପାରିବେ ।ସେ ଆହୁରି କହିଥିଲେ ଜନ୍ମଜାତ ଓ ଆନୁବଂଶିକ ରୋଗ ଭାରତ ପାଇଁ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି।“ଚିକିତ୍ସା ଅପେକ୍ଷା ନିଦାନଜରୁରି” ନୀତି ଆଧାରରେଉମିଦ ଯୋଜନାରଶୁଭାରମ୍ଭ କରାଯାଇଛି । ଭାରତର ସହରାଂଚଳରେ ନବଜାତ ଶିଶୁଙ୍କ ମୃତ୍ୟୁର ତୃତୀୟ ସର୍ବ ବୃହତ କାରଣ ହେଉଛି ଜନ୍ମଜାତ ଏବଂ ଆନୁବଂଶିକ ରୋଗ।ବିଶାଳ ଜନସଂଖ୍ୟା ଏବଂ ଉଚ୍ଚ ଜନ୍ମହାର, ଅଧିକାଂଶ ସମୁଦାୟ ମଧ୍ୟରେ ସଗୋତ୍ର ତଥା ଜ୍ଞାତିକୁଟୁମ୍ବ ବିବାହର ପ୍ରଚଳନ ଯୋଗୁଭାରତରେ ଆନୁବଂଶିକ ରୋଗରହାର ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଉମିଦ ଯୋଜନାରେ ନିଦାନ କେନ୍ଦ୍ର ପ୍ରତିଷ୍ଠାକରାଯିବ। ସରକାରୀ ଡାକ୍ତରଖାନାରେ ଖୋଲିବାକୁ ଥିବା ଏହି କେନ୍ଦ୍ରରେ ପରାମର୍ଶ, ଗର୍ଭସ୍ଥ ଶିଶୁର ପରୀକ୍ଷଣ, ନିଦାନ ଏବଂ ବହୁମୁଖୀ ଯତ୍ନ ସେବା ଯୋଗାଇ ଦିଆଯିବ।ଏହାଛଡ଼ା ମାନବ ଆନୁବଂଶିକୀ ରୋଗ ଚିକିତ୍ସା କ୍ଷେତ୍ର ରେଦକ୍ଷ ଚିକିତ୍ସକଙ୍କୁ ପ୍ରଶିକ୍ଷଣ, ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଆନୁବଂଶିକ ରୋଗ ଆଶଙ୍କା ଥିବା ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯାଂଚ ସୁବିଧା ଏହିକେନ୍ଦ୍ରରେ ଯୋଗାଇଦିଆଯିବ।
ଏହି ଯୋଜନା ଅନ୍ତର୍ଗତପ୍ରଥମ ପର୍ଯ୍ୟାୟରେ ୫ଟି ନିଦାନ କେନ୍ଦ୍ର ଖୋଲାଯାଇ ବିସ୍ତୃତ ନିଦାନ ଚିକିତ୍ସା ଯୋଗାଇ ଦିଆଯିବ।
ଏହି ଯୋଜନା ପାଇଁ ଚେନ୍ନାଇସ୍ଥି ତମାଡ୍ରାସ ମେଡିକାଲ ମିଶନ, ଏସଜିପିଜିଆଇଏମଏସ-ଲକ୍ଷେ୍ନ, ସିଡିଏଫଡି-ହାଇଦ୍ରାବାଦ, ଏମ୍ସ-ନୂଆଦିଲ୍ଲୀ, ଏମଏଏମସି-ନୂଆଦିଲ୍ଲୀ, ଏନଆଇଆଇଏଚ-ମୁମ୍ବାଇ ଏବଂ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜରେ ବାୟୋକେମିକାଲ ଜେନେଟିକ୍ସ, ସାଇଟୋଜେନେଟିକ୍ସ, ମଲିକ୍ୟୁଲାରଜେନେଟିକ୍ସ, ଏବଂ କ୍ଲିନିକାଲ ଜେନେଟିକ୍ସ ଚିକିତ୍ସା କ୍ଷେତ୍ରରେ ସରକାରୀ ଡାକ୍ତରଖାନାର ଚିକିତ୍ସକମାନଙ୍କୁ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଆକାଂକ୍ଷୀଜିଲ୍ଲାରେ ଆନୁବଂଶିକ ରୋଗ ପାଇଁ ୧୦ହଜାର ଗର୍ଭବତୀ ମହିଳା ଏବଂ ୫ ହଜାର ନବଜାତ ଶିଶୁଙ୍କର ପରୀକ୍ଷା କରାଯିବ। ପରବର୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟ ପ୍ରାନ୍ତରେ ଏହିଯୋଜନାକୁ ପ୍ରସାରିତ କରିବା ଏବଂ ଅଧିକ ନିଦାନ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏଥିପାଇଁ ଅଧିକ ସଂଖ୍ୟକ ଚିକିତ୍ସକଙ୍କୁ ମଧ୍ୟ ତାଲିମ ଦିଆଯିବ। ୨୦୧୭ରେ ସରକାର ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରଣୟନ କରିଥିଲେ । ଏହିଯୋଜନା ଅନ୍ତର୍ଗତ ଅସୁସ୍ଥଙ୍କ ଚିକିତ୍ସା ଅପେକ୍ଷା ନିଦାନ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଉମିଦ ଯୋଜନା ଏହି ପ୍ରୟାସ ଦିଗରେ ଆଉ ଏକ ପଦକ୍ଷେପ ବୋଲିକୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.