Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଉମେଶ ଯାଦବ ଦୂର କଲେ କୋହଲିଙ୍କ ଟେନସନ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମିଳିପାରେ ସୁଯୋଗ !

22/07/2021 at 1:13 PM

ନୂଆଦିଲ୍ଲୀ ୨୨।୦୭: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଡରହମରେ କାଉଣ୍ଟି ଇଲେଭେନ ବିପକ୍ଷରେ ତିନି ଦିନିଆ ଅଭ୍ୟାସ୍ ମ୍ୟାଚ୍ ଖେଳୁଛି। ଭାରତ ପ୍ରଥମ ଇନିଂସରେ ୩୧୧ରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୯ ଓ୍ଵିକେଟ୍‌ରେ ୨୨୦ ରନ କରିଛି। ବିଶେଷ କରି ଉମେଶ ଯାଦବ ୨୨ ରନରେ ୩ ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ମହମ୍ମଦ ସିରାଜ ୩୨ ରନ ଦେଇ ୨ ଓ୍ଵିକେଟ୍ ନେଇଛନ୍ତି। କାଉଣ୍ଟି ପକ୍ଷରୁ ହସିବ ହମିଦ ୧୧୨ ରନର ଦମଦାର ଇନିଂସ ଖେଳିଛନ୍ତି। ଉମେଶ-ସିରାଜଙ୍କ ବୋଲିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ବହୁତ ଖୁସି। ଉମେଶଙ୍କ ଦମଦାର ବୋଲିଂ ପରେ ତାଙ୍କୁ ପ୍ରଥମ ଟେଷ୍ଟରେ ସାମିଲ୍ କରାଯିବାର ସମ୍ଭାବନା ରହିଛି।

କାଉଣ୍ଟି ଏକାଦଶର ସ୍କୋର ଏକଦା ୪ ଓ୍ଵିକେଟ୍‌ରେ ୫୬ ରନରେ ଥିଲା। ଉମେଶ ସେଥିରୁ ୨ ଓ୍ଵିକେଟ୍ ନେଇଥିଲେ। ଭାରତୀୟ ବୋଲରଙ୍କ ଦମଦାର ବୋଲିଂର ଭିଡିଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିଜର ଟ୍ଵିଟର ଆକାଉଣ୍ଟର ସେୟାର କରିଛି। ଏଥିରେ ଦ୍ରୁତ ବୋଲର ଉମେଶ ଯାଦବ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ କ୍ଲିନ ବୋଲ୍ଡ କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟି ଏକାଦଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ କରିଛନ୍ତି ଉମେଶ ଯାଦବ। ଏହି ପ୍ରଦର୍ଶନ ବଳରେ ଉମେଶ ପ୍ରଥମ ଟେଷ୍ଟରେ ଦଳରେ ସାମିଲ ପାଇଁ ପ୍ରବଳ ଦାବିଦାର ରହିଛନ୍ତି। ହାସିବ ହମିଦଙ୍କୁ ବାଦ୍ ଦେଲେ ବାକି  ବ୍ୟାଟସମ୍ୟାନ ଭାରତୀୟ ବୋଲିଂ ଆକ୍ରମଣର ଉଚିତ୍  ମୁକାବିଲା କରି ପାରି ନାହାନ୍ତି। ହାସିବ ୧୧୨ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ନିମ୍ନ ଭାଗରେ ଲିୟାମ ପାଟରସନ ହ୍ଵାଇଟ୍ ୩୩ ରନ ଏବଂ ଲିଣ୍ଡନ ଜେମ୍ସ ୨୭ ରନ କରିଥିଲେ।  ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ କାଉଣ୍ଟି ଏକାଦଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

ଭାରତ ପକ୍ଷରୁ ଉମେଶ ଯାଦବ ୧୫ ଓଭରରେ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ ମଧ୍ୟ ଦମଦାର ବୋଲିଂ କରି ୨ ଓ୍ଵିକେଟ୍ ନେଇଛନ୍ତି। ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ୍ ପ୍ରତ୍ୟେକ ଗୋଟିଏ  ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଲୋକେଶ ରାହୁଲଙ୍କ ୧୦୧ ରନର ଇନିଂସ ବ୍ୟତୀତ ରବୀନ୍ଦ୍ର ଜାଡେଜା(୭୫)ଙ୍କ ସହିତ ପଞ୍ଚମ ଓ୍ଵିକେଟ୍‌ରେ ୧୨୭ ରନର ଭାଗିଦାରୀ ଦମରେ ଭାରତ ୩୧୧ କରି ପାରିଛି।

   Related Posts