ଟିମ୍କୁ ଫେରିଲେ ଉମେଶ ଯାଦବ : ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଟେଷ୍ଟ ପାଇଁ ଦଳରେ ସାମିଲ
22/02/2021 at 8:04 PM

ନୂଆଦିଲ୍ଲୀ ୨୨/୦୨ : ଟିମ୍ ଇଣ୍ଡିଆର ପାଇଁ ଖୁସି ଖବର । ଇଂଲଣ୍ଡ ବିପକ୍ଷ ଶେଷ ୨ଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସ୍ପିଡ୍ ଷ୍ଟାର ଉମେଶ ଯାଦବ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ।
ଟ୍ବିଟ୍ କରି ବିସିସିଆଇ ଲେଖିଛି, ଭାରତ-ଇଂଲଣ୍ଡ ଶେଷ ୨ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡ୍ରେ ସାମିଲ ହୋଇଛନ୍ତି ଉମେଶ ଯାଦବ । ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ବେଳେ ଆହତ ହୋଇଥିଲେ ଉମେଶ ଯାଦବ । ମାଂସପେଶୀ ଜନୀତ ସମସ୍ୟା ଯୋଗୁଁ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଉମେଶ ଯାଦବ ।