ନୂଆ ବର୍ଷରେ ଉମେଶ ଯାଦବଙ୍କ ଘରେ ନୂଆ ଅତିଥି, କନ୍ୟା ସନ୍ତାନର ହେଲେ ଜନକ
2/01/2021 at 11:06 AM

ନୂଆଦିଲ୍ଲୀ,୦୨/୦୧ : ନୂଆବର୍ଷରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛିଖୁସି ଖବର । ଉମେଶଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି । ଶୁକ୍ରବାର ତାଙ୍କ ପତ୍ନୀ ତାନିୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ଉମେଶ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ଉମେଶ ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମରେ ତାଙ୍କର ଏକ ଝିଅ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ଏବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ରହିଛନ୍ତି । ବକ୍ସିଂ ଡେ’ ଟେଷ୍ଟରେ ଆହତ ହୋଇ ସେ ଶେଷ ୨ଟି ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ।
ଦ୍ୱିତୀୟ ଟେଷ୍ଟରେ ତାଙ୍କ ଗୋଡର ମାଶଂପେଶୀ ଟାଣି ହୋଇଯାଇଥିଲା । ଖୁବଶୀଘ୍ର ସେ ସ୍ୱଦେଶ ଫେରିବେ ବୋଲି ଜଣାପଡିଛି ।
Related Posts
ପିତାଙ୍କ ଅନ୍ତିମ ସଂସ୍କାରରେ ଭାଙ୍ଗି ପଡିଲେ ପାଣ୍ଡ୍ୟା ବ୍ରଦର୍ସ
17 January 2021
ବ୍ରିସବେନ୍ ଟେଷ୍ଟ୍ : ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତ ୧୬୧/୪
17 January 2021