ଜୁନ ୨୯ ଯାଏଁ ଉମରକୋଟ୍ ସଟଡାଉନ୍, ଘୋଷଣା କଲେ ଜିଲ୍ଲାପାଳ

Published By : Prameya-News7 Bureau | June 26, 2020 IST

ନବରଙ୍ଗପୁର, ୨୬|୦୬ : ୩ ଦିନ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

ଶୁକ୍ରବାର ମଧ୍ୟରାତ୍ରରୁ ଲକଡାଉନ୍ ଲାଗୁ ହେବ । ଜୁନ ୨୯ ଯାଏଁ ଜିଲ୍ଲାରେ ସଟଡାଉନ୍ ଜାରି ରହିବ । ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଯଥା ହସ୍ପିଟାଲ, ନର୍ସିଂହୋମ୍ ଆଦି ଖୋଲା ରହିବ । ସେହିପରି ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଜାରି ରହିବ । ଏପରିକି ସାମଗ୍ରୀ ପରିବହନରେ ନିୟାଜିତ ଗାଡିମୋଟର ଚଳାଚଳ କରିବ ।

ଏହି ସମୟ ମଧ୍ୟରେ କେହି ସଟଡାଉନ୍‌ର ଖିଲାପ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.