Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||

ଉମରକୋଟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବିଧାୟକଙ୍କ ପ୍ରତୀକ ଧାରଣା

14/11/2020 at 2:33 PM

ନବରଙ୍ଗପୁର ୧୪।୧୧: ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଉମରକୋଟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଉମରକୋଟ ମୁଖ୍ୟ ରାସ୍ତା କଡରେ ବିଜେପିର ପ୍ରତୀକ ଗଣଧାରଣା । ଧାରଣାରେ ଉମରକୋଟ ବିଧାୟକଙ୍କ ସମେତ ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ ଓ ଅନେକ ବିଜେପି କର୍ମୀ ସାମିଲ ।

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡିଦେଲେ ଉମରକୋଟ ଚିକିତ୍ସାଳୟ ଉପରେ ୪ଟି ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଏହାକୁ ନେଇ ଉମରକୋଟ ବିଜେପି ପକ୍ଷରୁ ଦୀର୍ଘ ଦିନଧରି ଉମରକୋଟ ଚିକିତ୍ସାଳୟକୁ ସବ୍-ଡିଭିଜିନାଲ ଡାକ୍ତରଖାନାର ମାନ୍ୟତା ଦାବି ହୋଇଆସୁଛି । ଏହିଭଳି ଉମରକୋଟଠାରେ ରକ୍ତ ଭଣ୍ଡାର ସ୍ଥାପନ, ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଯୋଗାଣ, ଏମସିଏଚ ଗୃହ ନିର୍ମାଣ, ସ୍ବତନ୍ତ୍ର କୋଭିଡ ୱାର୍ଡ ସ୍ଥାପନ ସହ ଭେଣ୍ଟିଲେଟର ସୁବିଧା, ଡାକ୍ତରଖାନାରେ ଜଳ ଯୋଗାଣ ଓ ଜେନେରେଟର ବ୍ୟବସ୍ଥା କରିବା ଏହି ୭ ଦଫା ଦାବିଗୁଡିକ ନେଇ ଅନେକ ଥର ଉମରକୋଟ ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

କିନ୍ତୁ ସରକାର ଉମରକୋଟ ଅଞ୍ଚଳକୁ ଉପେକ୍ଷା କରୁଛନ୍ତି। ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ତେଣୁ ସରକାର ଦାବିଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

   Related Posts