Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ, ଗିରଫଦାରିକୁ ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍‌ର ବିରୋଧ

14/09/2020 at 9:52 AM

ନୂଆଦିଲ୍ଲୀ ୧୪।୦୯:  ଦିଲ୍ଲୀ ହିଂସା ଘଟଣାରେ JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ । ଗତ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦ ଗିରଫ ହୋଇଛନ୍ତି। ଦିଲ୍ଲା ସ୍ପେଶାଲ୍‌ ସେଲ୍‌ ପକ୍ଷରୁ ଉମର ଖାଲିଦଙ୍କୁ ଗିରଫ କରାଯାଇଛି ।

 ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାରୁଜା ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ୟୁଏପିଏ ଧାରାରେ ଖଲିଦଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ପ୍ରମାଣ ମିଳିବା ପରେ ଗିରଫ କରିଥିବା ପୋଲିସ ଦାବି କରିଛି ।

 ସୂଚନା ଅନୁସାରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍ । ଏବଂ ପ୍ରାୟ ୧୧ ଘଂଟା ପଚରାଉଚରା କରାଯିବା ପରେ ଖଲିଦଙ୍କୁ ଗିରଫ କରାଯାଇଛି । ଖଲିଦଙ୍କ ଗିରଫଦାରିଙ୍କୁ ବିରୋଧ କରିଛି ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍ । ଖଲିଦଙ୍କୁ ସୁରକ୍ଷା ଯୋଗାଇଦେବାକୁ ଏହି ଗ୍ରୁପ ପକ୍ଷରୁ ଦାବି କରାଯାଇଛି। ପୂର୍ବରୁ ମଧ୍ୟ ଦିଲ୍ଲୀ ହିଂସା ମାମଲାରେ ଖାଲିଦଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସ୍।

   Related Posts