Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଅମ୍ପାୟାର ବ୍ରୁସ୍ ଅକ୍ସେନଫୋର୍ଡ, ଅମ୍ପାୟାରିଂ କରିଛନ୍ତି ୬ଟି ବିଶ୍ବକପ

28/01/2021 at 4:16 PM

ନୂଆଦିଲ୍ଲୀ ୨୮/୦୧ : ଅଷ୍ଟ୍ରେଲୀୟ ଅମ୍ପାୟାର ବ୍ରୁସ୍‌ ଅକ୍ସେନଫୋର୍ଡ ଗୁରୁବାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା କହିଛନ୍ତି । ବିଗତ ୧୫ ବର୍ଷ ଧରି କ୍ରିକେଟ୍‌ର ବିଭିନ୍ନ ଫର୍ମାଟ୍‌ରେ ପରିଚାଳନା ଦାୟିତ୍ବ ତୁଲାଇଥିବା ଅକ୍ସେନଫୋର୍ଡଙ୍କୁ ଆଉ ପଡିଆ ମଧ୍ୟରେ ଦେଖିବାକୁ ମିଳିବ ନାହିଁ ।

୬୦ ବର୍ଷୀୟ ବ୍ରୁସ୍‌ ଅକ୍ସେନଫୋର୍ଡ ୨୦୧୨ ମସିହାରୁ ଆଇସିସି ଏଲିଟି ପ୍ୟାନେଲ୍‌ର ନିୟମିତ ସଦସ୍ୟ ରହିଆସିଥିଲେ । ସେ ମୋଟ ୬୨ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି । ଶେଷ ଥର ପାଇଁ ବ୍ରିସବେନ୍‌ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ମ୍ୟାଚ୍‌ ପରିଚାଳନା କରିଥିଲେ ଅକ୍ସେନଫୋର୍ଡ ।

ଅବସର ଘୋଷଣା କରିଥିବା ବ୍ରୁସ୍‌ ଅକ୍ସେନଫୋର୍ଡ କହିଛନ୍ତି, ‘ଅମ୍ପାୟାର ଭାବେ ମ୍ୟାଚ୍ ପରିଚାଳନା କରିବା ଗର୍ବର ବିଷୟ । ମୋତେ ବିଶ୍ବାସ ହେଉନାହିଁ ଯେ, ମୁଁ ପ୍ରାୟ ୨୦୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିସାରିଛି । ଲମ୍ବା ସମୟ ଧରି ମ୍ୟାଚ୍‌ ପରିଚାଳନା କରିବା କେବେ କଳ୍ପନା କରିନଥିଲି’ ।

ଅକ୍ସେନଫୋର୍ଡ ୨୦୦୬ ଜାନୁୟାରୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚ୍‌ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରାୟ ୩ଟି ଦିନିକିଆ ବିଶ୍ବକପ ଏବଂ ୩ଟି ଟି-ଟ୍ବେଣ୍ଟି ବିଶ୍ବକପରେ ଅମ୍ପାୟାରିଂ କରିସାରିଛନ୍ତି । ୨୦୧୨ ଓ ୨୦୧୪ ମହିଳା ବିଶ୍ବକପରେ ମଧ୍ୟ ପରିଚାଳନା ଦାୟିତ୍ବ ତୁଲାଇଥିଲେ ବ୍ରୁସ୍‌ ଅକ୍ସେନଫୋର୍ଡ ।

   Related Posts