Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ବାଇକ୍ ଛତା : ବଢ଼ୁଛି କ୍ରେଜ୍

ଜୟପୁର ୧୨.୫: ମଇ ମାସ ଭାରତରେ ଗରମ ଝଡ଼ ନେଇ ଆସିଥାଏ। ସକାଳେ ଖରା ହେଲେ ଘରୁ ବାହାରିବା ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ କରିବା ସମାନ ହୋଇଥାଏ। କିନ୍ତୁ କାମ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡ଼ିଥାଏ। ଗ୍ରୀଷ୍ମଦିନେ ସବୁଠୁ ବଡ଼ ସମସ୍ୟା ହୋଇଥାଏ ମୋଟର ସାଇକେଲ କିମ୍ବା ସ୍କୁଟର ଚଲାଉଥିବା ବ୍ୟକ୍ତିଙ୍କ ସହ। ପ୍ରଚଣ୍ଡ ଖରାରେ ବାଇକ୍ ଚଲାଇବା​‌ ଫଳରେ ଲୋକେ ରୋଗରେ ପଡ଼ିଥାନ୍ତି।

ଏପରି ପରିସ୍ଥିତିରେ ବଜାରକୁ ଏକ ଏପରି ଜିନିଷ ଆସିଛି ଯାହା ଆପଣଙ୍କୁ ଖରା ଦିନେ ପ୍ରଚଣ୍ଡ ଖରାରେ ବାଇକ୍ ଚଲାଉଥିବା ବେଳେ ଆନନ୍ଦ ପ୍ରଦାନ କରିବ।

ଆମେ କହୁଛୁ ବାଇକ୍ ଛତା ବିଷୟରେ। ଏବେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ବାଇକ୍ ଚାଳକ ଏକ ନୂଆ ପ୍ରକାରର ଛତାର ଉପଯୋଗ କରୁଛନ୍ତି,ଯାହାକୁ ବାଇକ୍ ଛତା କୁହାଯାଉଛି।

ଆଜିକାଲି ଏହାକୁ ବାଇକ୍ ଏବଂ ସ୍କୁଟି ଚଲାଉଥିବା ଲୋକେ ଉପଯୋଗ କରୁଛନ୍ତି। ଆମେ ଏହାକୁ ଏକ ବଡ଼ ଛତା ମଧ୍ୟ କହି ପାରିବା। ଯାହା ବାଇକରେ ଫିଟ୍ ହେବା ଭଳି ପ୍ରସ୍ତୁତ କରାଯାଇଛି।

ଏହାକୁ ଅତ୍ୟନ୍ତ ସହଜ ଭାବେ ବାଇକ୍ ଏବଂ ସ୍କୁଟିରେ ଲଗାଯାଇଥାଏ। ଏହା ଦୁଇ ଚକିଆ ଯାନକୁ ଆଗରୁ ପଛ ଯାଏଁ ପୂରାପୂରି ଘୋଡ଼ାଇ ଦେଇଥାଏ। ଏହାର ବ୍ୟବହାର ଖରା ବ୍ୟତୀତ ହାଲୁକା ବର୍ଷାରୁ ବଞ୍ଚିବା ପାଇଁ ମଧ୍ୟ କରାଯାଇଥାଏ। ଏହାର ଆଗରେ ଏବଂ ପଛରେ ପାରଦର୍ଶୀ ପଲିଥିନ୍ ଏବଂ ଛାତରେ ପାରାଶୁଟ କପଡ଼ା ଲଗାଯାଇଥାଏ। ଏହି ଛତାର ମୂଲ୍ୟ ବଜାରରେ ୮୦୦ରୁ ୧୨,୦୦ଟଙ୍କା।

329 Views

   ସମ୍ବନ୍ଧିତ ଖବର