Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦାୟିତ୍ବ ନେଲେ ଟ୍ବିନ୍ ସିଟିର ଦୁଇ ଡିସିପି, ଭୁବନେଶ୍ବରରେ ଉମାଶଙ୍କର ଦାସ ଓ କଟକରେ ପ୍ରତୀକ ସିଂହ

20/07/2020 at 1:13 PM

ଭୁବନେଶ୍ବର ୨୦।୭: ଟୁଇନ୍ ସିଟିର ଦୁଇ ନୂଆ ଡିସିପି ଦାୟିତ୍ବ ନେଇଛନ୍ତି । ଭୁବନେଶ୍ବର ଡିସିପି ଭାବେ ଉମାଶଙ୍କର ଦାସ ଓ କଟକ ଡିସିପି ଭାବେ ପ୍ରତୀକ ସିଂହ ଯୋଗ ଦେଇଛନ୍ତି । ପୂର୍ବରୁ ପୁରୀ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ ଉମାଶଙ୍କର । ସେ ବିଦାୟୀ ଡିସିପି ଅଖିଳେଶ୍ବର ସିଂହଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଉଭୟ ପୋଲିସ ସେବା ଭବନଠାରେ ଆୟୋଜିତ ସମାରୋହରେ ଦାୟିତ୍ବ ଗ୍ରହଣ କରିଛନ୍ତି । କରୋନା ସ୍ଥିତି ଯୋଗୁଁ ଏହି ସମାରୋହ ପୋଲିସ ସେବା ଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ଏହି ଦୁଇ ନୂଆ ଡିସିପି କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ନେଇଛନ୍ତି । 

   Related Posts