ଭିଜିଲାନ୍ସ ଜାଲରେ ସେବା ସମବାୟ ସମିତି ସମ୍ପାଦକ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ
28/12/2020 at 2:47 PM

ବୌଦ୍ଧ ୨୮।୧୨: ଭିଜିଲାନ୍ସ ଜାଲରେ ସେବା ସମବାୟ ସମିତିର ସମ୍ପାଦକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ସନ୍ତୋଷଙ୍କ ବ୍ରହ୍ମପୁର ସ୍ଥିତ ନିଜ ବାସଭବନ ତଥା ଉମାଠାରେ ଥିବା ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି । ଅଧିକ ସମ୍ପତ୍ତି, ଗାଡି ମୋଟର, ବ୍ୟାଙ୍କ ଆକାଉଣ୍ଟ, ସରକାରୀ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ ।
Related Posts
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021
ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
23 January 2021