Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ କରୋନା ପଜିଟିଭ୍

27/09/2020 at 10:41 AM

ଭୋପାଲ ୨୭/୦୯: ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରୁ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବାପରେ ସେ ଋଷିକେଶ ଓ ହରିଦ୍ୱାର ମଝିରେ ଥିବା ବନ୍ଦେ ମାତରମ କୁଞ୍ଜରେ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି । ଉମା ଭାରତୀ ଗତ କିଛି ଦିନ ପାହାଡିଆ ଅଞ୍ଚଳ ଯାତ୍ରା କରୁଛନ୍ତି । ନିକଟରେ ସେ କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ ଏବଂ ସେଠାରୁ ନିଜର ଏକ ଭିଡିଓ ସେୟାର କରିଥିଲେ ।


ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ସେ ନିଜ ପାହାଡିଆ ଅଞ୍ଚଳ ଯାତ୍ରା ସମାପ୍ତ କରିଛନ୍ତି । ଯାତ୍ରାର ଅନ୍ତିମ ଦିନରେ ସେ ସରକାରଙ୍କୁ ନିବେଦନ କରି କରୋନା ଯାଞ୍ଚ ଟିମକୁ ଡକାଇ ନିଜର କରୋନା ଯାଞ୍ଚ କରାଇଥିଲେ । କାରଣ ଗତ ୩ ଦିନ ହେଲା ତାଙ୍କୁ ଜ୍ୱର ଅନୁଭୂତ ହେଉଥିଲା । ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି । ସେ ହିମାଳୟରେ କୋଭିଡ ନିୟମ ପାଳନ କରିଛନ୍ତି ବୋଲି ମଧ୍ୟ କହିଛନ୍ତି ।

   Related Posts