Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କମଲନାଥଙ୍କୁ ପ୍ରଶଂସାରେ ପୋତିଲେ ବିଜେପି ନେତ୍ରୀ ଉମା ଭାରତୀ, କହିଲେ…

13/11/2020 at 9:51 AM

ଭୋପାଳ,୧୩|୧୧:  କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ପ୍ରଶଂସା କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ । ୨୮ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନକୁ ନେଇ ଉମା ଭାରତୀ କମଲନାଥଙ୍କୁ ପ୍ରଶଂସା କରିଛନ୍ତି ।

ଉମା ଭାରତୀ କହିଛନ୍ତି ଯେ, ନଭେମ୍ବର ୩ରେ ୨୮ଟି ବିଧାନସଭା ଆସନ ପାଇଁ  ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ  ଭଲ ଭାବେ ଲଡିଛି । ଯଦି ଏପରି ଭଲ ଭାବେ କମଲନାଥ ସରକାର ଚଳାଇଥାନ୍ତେ ତେବେ ୧୫ ମାସରେ ସରକାର ଭାଙ୍ଗି ନଥାନ୍ତା ।କମଲନାଥ ଜଣେ ବହୁତ ଭଲ ଓ ଭଦ୍ର ବ୍ୟକ୍ତି । ସେ ତାଙ୍କର ବଡ ଭାଇ ଭଳି ଅଟନ୍ତି ।

ଉମାଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ, କମଲନାଥ ଉପ ନିର୍ବାଚନକୁ ବହୁତ ଭଲ ଭାବେ ଲଢିଛନ୍ତି । ଯେପରି ଭାବେ ମଲହରାରେ ରାସ ସିୟା ଭାରତୀଙ୍କୁ କଂଗ୍ରେସ ଟିକେଟ ଦେଇଥିଲା ତାହା ପ୍ରଶଂସନୀୟ । ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୯ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଥିଲା ।

   Related Posts