ଗଙ୍ଗା ପ୍ରବାସ କାଳରେ ଉମା ଭାରତୀ ଅସୁସ୍ଥ, ଡେରାଡୁନ ହିମାଲୟନ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | November 18, 2019 IST

ଉତ୍ତରାଖଣ୍ଡ : ଗଙ୍ଗା ପ୍ରବାସରେ ଥିବା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ପାଦରେ ଆଘାତ ଲାଗିବା ଯୋଗୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡେରାଡୁନ ହିମାଲୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉମା ନଭେମ୍ବର ୧୭ ତାରିଖ ରବିବାର ଋଷିକେଶରୁ ଟିକେ ଉଚ୍ଚରେ ଥିବା ଗରୁଡ ଚଟ୍ଟିରେ ପହଞ୍ଚିଥିଲେ। ଏଠାରେ ଥିବା ଶ୍ରୀରାମଙ୍କ ତପସ୍ଥଳୀରେ ସେ ସୋମବାର କଟାଇବାକୁ ମନସ୍ଥ କରିଥିଲେ। ହେଲେ ରବିବାର ମଧ୍ୟାହ୍ନ ଭୋଜନ ପରେ ହିଁ ଅଘଟଣ ଘଟିଥିଲା ବୋଲି ଉମା ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।

{"id":186361,"sizeSlug":"large"}

ମଧ୍ୟାହ୍ନ ଭୋଜନ ପରେ ଉମା ଚାଲବୁଲ ହେଉଥିବା ବେଳେ ଅଚାନକ ତାଙ୍କ ଗୋଡ ଖସିଯାଇଥିଲା। ଫଳରେ ସେ ପଡିଯାଇଥିଲେ। ପାଦ  ସାମାନ୍ୟ ମୋଡି ହୋଇଯାଇଥିଲା ବୋଲି ସେ ଭାବିଥିଲେ। ହେଲେ ରାତି ହେବା ବେଳକୁ ପାଦ ଫୁଲି ଭିଷଣ ବିନ୍ଧା ଛିଟକା ହୋଇଥିଲା। ଏଣୁ ତାଙ୍କୁ ସୋମବାର ହିମାଲୟନ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତରଙ୍କ ଟିମ ତାଙ୍କ ଗୋଡର ଉପଚାର କରି ପ୍ଲାଷ୍ଟର କରିଦେଇଛନ୍ତି। ଏବେ ଗୋଡରେ ଦେଢମାସ ପର୍ଯ୍ୟନ୍ତ ପ୍ଲାଷ୍ଟର ରହିବ ବୋଲି ଉମା ଉଲ୍ଲେଖ କରିଛନ୍ତି।

{"id":186363,"sizeSlug":"large"}

ଉମା ଗଙ୍ଗାପ୍ରବାସରେ ତାଙ୍କର ପ୍ରତ୍ୟେକ ଅନୁଭୂତି ଟ୍ୱିଟ୍ ରେ ସେୟାର କରୁଛନ୍ତି। ଏଥିରେ ସେ ଗତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବପ୍ରୟାଗରେ ଅଳକାନନ୍ଦା ଓ ଭାଗୀରଥୀ ସଙ୍ଗମ ସ୍ଥଳରେ ଥାଇ ତାଙ୍କର ଗଙ୍ଗା ଦର୍ଶନ ଅନୁଭୂତି ବର୍ଣ୍ଣନା କରିଥିଲେ। ସେହିପରି ପୂର୍ବରୁ ସେ କୋଟେଶ୍ୱରରେ ଅବସ୍ଥାନ କରୁଥିବା ବେଳର ଅନୁଭବ ଫଟୋ ସହ ସେୟାର କରିଥିଲେ। ଏହି ଯାତ୍ରା କାଳରେ ଉମାଭାରତୀ ୧୪୦ କିଲୋମିଟର ରାସ୍ତା ପାଦରେ ଚାଲି ଅତିକ୍ରମ କଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.