Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨ ଘଣ୍ଟିଆ ସୁବର୍ଣ୍ଣପୁର ଉଲୁଣ୍ଡା ବନ୍ଦ

11/06/2018 at 8:21 AM

୧୨ ଘଣ୍ଟିଆ ସୁବର୍ଣ୍ଣପୁର ଉଲୁଣ୍ଡା ବନ୍ଦ । ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଉଲୁଣ୍ଡା ଯୁବ ମହାସଂଘ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଦୋକାନ ବଜାର ବନ୍ଦ ରହିଛି । ତେବେ ବନ୍ଦରୁ ଗାଡି ଚଳାଚଳକୁ ବାଦ ଦିଆଯାଇଛି । ୨୦୦୩ରୁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଛି । ହେଲା ଜଣେ ଡାକ୍ତରରେ ଚାଲିଛି ରୋଗୀ ସେବା । ଡାକ୍ତର ଅଭାବରୁ ସେହି ଅଞ୍ଚଳର ହଜାର ହଜାର ଲୋକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛି ଯୁବ ମହାସଂଘ । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply

   Related Posts