Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମାଛ ଧରିବାକୁ ଯାଇ ଯୁବକ ନିଖୋଜ, କୁମ୍ଭୀର ଭିଡି ନେଇ ଯାଇଥିବା ସନ୍ଦେହ

31/10/2020 at 6:14 PM

ନିଆଳି,୩୧/୧୦: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସାଇଲୋ ବଡବିଲି ଗାଁର ଜଣେ ବ୍ୟକ୍ତି କନ୍ଦଳ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି । ଶୁକ୍ରବାର ଦିନ ରାତିରେ ସେ ନଦୀକୁ ଯାଇଥିଲେ ମଧ୍ୟ ଆଉ ଫେରିନଥିଲେ ।

ସୂଚନାନୁସାରେ, ଗ୍ରାମର ଉଲ୍ଲାସ ବେହେରା କନ୍ଦଳ ନଦୀର ବଡ଼ବିଲି ଘାଟ ପାଖରେ ଜାଲ ନେଇ ମାଛ ଧରୁଥିଲେ । ସକାଳୁ ଘରକୁ ନ ଫେରିବରୁ ଘର ଲୋକେ ଓ ଗ୍ରାମବାସୀ 6ଖାଜା ଖୋଜି କରିଥିଲେ । କିନ୍ତୁ ଉଲ୍ଲାସଙ୍କ କୌଣସି ପତ୍ତା ମିଳିପାରି ନଥିଲା । ଏନେଇ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନଦୀ ଗର୍ଭରେ ଖୋଜା ଖୋଜି ଚାଲିଛି ।

ତେବେ ଉଲ୍ଲାସଙ୍କ ଜାଲ ମିଳିଥିବା ବେଳେ ତାଙ୍କର ପତ୍ତା ମିଳିନାହିଁ । ଉଲ୍ଲାସ ବୃତ୍ତିରେ ଡଙ୍ଗା ଚାଳକ । ସେ ପାଣିରେ ବୁଡ଼ିଯାଇଥିବେ ବୋଲି ପରିବାର ଲୋକେ ଗ୍ରହଣ କରିପାରୁ ନାହାଁନ୍ତି । ମାତ୍ର କିଛି ଦିନ ହେବ ଏକ କୁମ୍ଭୀର ଏ ନଦୀରେ ଆସି ରହିବା ଲୋକେ ଦେଖିଛନ୍ତି । ଅନ୍ଧାରର ସୁଯୋଗରେ କୁମ୍ଭୀର ତାଙ୍କୁ ଭିଡି ନେଇଥିବା ସନ୍ଦେହ କରାଯାଉଛି ।

   Related Posts