ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ...

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ,୧୩/୦୫:  ଚଳିତ ବର୍ଷ ମହାକାଶରୁ ହେବ ଉଲକା ବର୍ଷା । ବହୁ ଦୁର୍ଲଭ ଉଲକାପିଣ୍ଡ ପୃଥିବୀ ପୃଷ୍ଠରେ ପଡିବ । ଏହା ପୂର୍ବରୁ କେବେବି ଏତେ ପରିମାଣର ଉଲକାପିଣ୍ଡ ଦେଖିବାକୁ ମିଳିନଥିଲା । ବୈଜ୍ଞାନିକଙ୍କ ଅଜାଣତାରେ ଏହି ସବୁ ପୃଥିବୀ ଆଡକୁ ମାଡି ଆସୁଥିବା ବେଳେ ଏକ ଶକ୍ତିଶାଳୀ ଟେଲିସ୍କୋପ ଏହାକୁ ଧରିଛି । ପୂର୍ବରୁ ଏପରି ଉଲକା ବର୍ଷା କେବେ ହୋଇନଥିଲା । ଭବିଷ୍ୟତରେ ମଧ୍ୟ ଏପରି କେବେ ହେବାର ସମ୍ଭାବନା ମଧ୍ୟ ନାହିଁ । ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବରର ଏହା ପୃଥିବୀର ଦକ୍ଷିଣ ପ୍ରାନ୍ତରେ ବାଣ ଭଳି ଦେଖାଦେବେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

{"id":451862,"sizeSlug":"large","linkDestination":"none"}

ଏହି ଉଲକା ବର୍ଷାକୁ ଫିନଲେ ଆଇଡି କୁହାଯାଏ । ଏହା ପୃଥିବୀର ଦକ୍ଷିଣ ଗୋଲାର୍ଧରେ ଥିବା ଦେଶରେ ଦେଖିବାକୁ ମିଳିବ । ୧୦ ଦିନ ଯାଏଁ ଏହା ଜାରି ରହିବ । ଏହା ଛୋଟ ଆକାରର ହୋଇଥିବାରୁ ବାୟୁ ମଣ୍ଡଳର ସଂସ୍ପର୍ଶରେ ଆସିବା ପରେ ଜଳି ଉଠିବେ ।

wp:html /wp:html

ନାସାର ବୈଜ୍ଞାନିକ ଡିଏଗୋ ଜାସୋଞ୍ଚ୍ କହିଛନ୍ତି ଯେ, ଏହା ଦୁର୍ଲଭ ଉଲକାପାତ ଅଟେ । ଏହାକୁ ଧରିବା ଓ ଗବେଷଣା କରିବା କଠିନ । ଏହା ଅନେକ ଦିନ ଧରି ପୃଥିବୀ ଆଡକୁ ମାଡି ଆସୁଛନ୍ତି । କିନ୍ତୁ ନିକଟରେ ଏ ବାବଦରେ ସୂଚନା ମିଳିଛି । ଏସବୁ ଆରା ନକ୍ଷତ୍ରରୁ ଆସୁଛନ୍ତି । ଏହି ନକ୍ଷତ୍ରକୁ ଦି ଅଲଟର୍ ମଧ୍ୟ କୁହାଯାଏ । କିନ୍ତୁ ଏହା କିପରି ସୃଷ୍ଟି ହୋଇଛି ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୭ ମଧ୍ୟରେ ଉଲକା ବର୍ଷା ହୋଇପାରେ ।

କେଉଁଠୁ ଆସେ ଉଲକାପିଣ୍ଡ

ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରି ବୁଲୁଥାଏ । ଏହି ସମୟରେ ଅନେକ ଧୂମକେତୁ ଓ ଆଷ୍ଟ୍ରୋଏଡସର ଭଗ୍ନାଂଶ ପୃଥିବୀର ନିକଟତର ହୋଇଥାଏ । ଏହି ସବୁ ବାୟୁ ମଣ୍ଡଳରେ ଧକ୍କା ହେବା ପରେ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡକୁ ଆସିଥାନ୍ତି । ଅନେକ ଥର ଏହି ସବୁ ବହୁତ ଦିନ ଧରି ଆକାଶରେ ଦେଖାଦେଇଥାନ୍ତି । ଆଉ କିଛି ସ୍ୱଳ୍ପ ସମୟ ପାଇଁ ନଜର ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.