Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗାଁ ଦାଣ୍ଡରେ ଉଲଗ୍ନ ବୁଲିଲେ ନାବାଳିକା, ଲୋକଙ୍କ ବିଶ୍ୱାସ -‘ଏମିତି ହେଲେ ବର୍ଷା ହୁଏ’

7/09/2021 at 11:39 AM

ଭୁବନେଶ୍ୱର, ୦୭//୦୯: ଅନ୍ଧବିଶ୍ୱାସରେ ମାୟାଜାଲରେ ମଣିଷ । ବର୍ଷା ପାଇଁ କିଶୋରୀଙ୍କୁ ଉଲଗ୍ନ କରି ଗାଁରେ ବୁଲାଇଲେ ।  ଯାହା ସଭ୍ୟ ସମାଜର ମାନବିକତା ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି । ଏପରି ଘଟଣା ଘଟିଛି ମଧ୍ୟ ପ୍ରଦେଶରେ ।

ସୂଚନାନୁସାରେ, ଭଲ ବର୍ଷା ହେବା ବିଶ୍ୱାସରେ ଗାଁ ଲୋକମାନେ ଜଣେ ନାବାଳିକାକୁ ଉଲଗ୍ନ କରାଇ ଗାଁ ଦାଣ୍ଡରେ ବୁଲାଇ ଭିକ ମଗାଇଛନ୍ତି। ଉଲଗ୍ନ ଅବସ୍ଥାରେ ବିଭିନ୍ନ ନୀତିକାନ୍ତି କରାଯିବା ସହ ନାବାଳିକାକୁ ଘର ଘର ବୁଲି ଭିକ ମାଗିବାକୁ ବାଧ୍ୟ କରାଯାଇଛି।ଦାମୋହ ଜିଲ୍ଲାର ଜାବେରା ବ୍ଲକ ଅନ୍ତର୍ଗତ ବାନିଆ ଗାଁରେ ଏପରି ଘଟଣା ଘଟିଛି। ନାବାଳିକା ଜଣଙ୍କ ଉଲଗ୍ନ ଅବସ୍ଥାରେ ଘର ଘର ବୁଲି ଭିକ ମାଗୁଥିଲେ। ଏହି ସମୟରେ ଗାଁ ଲୋକଙ୍କ ସହିତ ନାବାଳିକାଙ୍କ ବାପାମା’ ଓ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ରହି ନାବାଳିକାର ପଛେପଛେ ଭଜନ ଗାନ କରି ଗାଁ ଦାଣ୍ଡ ପରିକ୍ରମା କରିଥିଲେ।

ନାବାଳିକା ଜଣଙ୍କ କାନ୍ଧରେ ହେମଧସ୍ତା ରଖି ଉଲଗ୍ନ ହୋଇ ଗାଁ ଦାଣ୍ଡକୁ ବାହାରିଥିଲେ। ଗାଁରେ ଥିବା ପ୍ରତିଟି ଘରକୁ ଯାଇ ନାବାଳିକା ଜଣଙ୍କ ଅଟା, ଡାଲି ଓ ବିଭିନ୍ନ ପ୍ରକାରର ଶସ୍ୟ ମାଗଣ କରିଥିଲେ। ଏଥିରୁ ମିଳିଥିବା ଦାନ ସାମଗ୍ରୀକୁ ଗାଁ କମ୍ୟୁନିଟି କିଚେନକୁ ଦିଆଯିବାର ନିୟମ ରହିଛି। ଗାଁ ମନ୍ଦିର ସମ୍ମୁଖରେ ଥିବା ଏହି କମ୍ୟୁନିଟି କିଚେନଟି ରହିଛି।

ଏପରି କରିବା ଦ୍ୱାରା ଗାଁରେ ଭଲ ବର୍ଷ ହୋଇଥାଏ ଓ ମରୁଡ଼ିରୁ ରକ୍ଷା ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ପ୍ରତିବର୍ଷ ଗାଁର ଲୋକମାନେ ଏପରି କରନ୍ତି। ଉଲଗ୍ନ ହୋଇ ଭିକ ମାଗିବାକୁ ଥିବା ନାବାଳିକାଙ୍କ ଠାରୁ ପ୍ରଥମେ ଅନୁମତି ନିଆଯାଏ। ଏହାପରେ ପରମ୍ପରା ଅନୁଯାୟୀ ସବୁ କିଛି କରାଯାଏ। ଆଉ ପରିବାର ଲୋକ ହିଁ ନାବାଳିକାଙ୍କୁ ଉଲଗ୍ନ ଅବସ୍ଥାରେ ଭିକ ମାଗିବାକୁ ପ୍ରସ୍ତୁତ କରାଇ ଥାନ୍ତି। ଅନ୍ୟପଟେ ଏପରି ଘଟଣା ଘଟିବା ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

   Related Posts