Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୋଭିସିଲ୍ଡ ଟିକାକୁ ମାନ୍ୟତା ନଦେବା ବ୍ରିଟେନର ‘ଭେଦଭାବପୂର୍ଣ୍ଣ’ ନିଷ୍ପତ୍ତି, ଭାରତ ଦେବ କଡ଼ା ଜବାବ

21/09/2021 at 4:23 PM

ନୂଆଦିଲ୍ଲୀ ୨୧/୦୯:  କରୋନା ଟିକାର ଦୁଇ ଡୋଜ୍‌ ନେବା ପରେ ମଧ୍ୟ ବ୍ରିଟେନ ଯାତ୍ରାରେ ଅସୁବିଧାକୁ ନେଇ ଭାରତରେ ପ୍ରତିକ୍ରିୟା ତୀବ୍ର ହୋଇଛି। ବ୍ରିଟେନ ସରକାରଙ୍କ ନୂଆ ଯାତ୍ରା ନିୟମକୁ ନେଇ କେନ୍ଦ୍ର ସରକାର ମଧ୍ୟ କଡ଼ା ଜବାବ ଦେଇଛନ୍ତି। ବିଶେଷ କରି କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ବ୍ରିଟେନରେ ୧୦ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବେ। ଏନେଇ ନୂଆ ନିୟମ ଆସିବା ପରେ କେନ୍ଦ୍ରର ମୋଦୀ ସରକାର ମଧ୍ୟ ଆକ୍ସନ ନେବେ ବୋଲି ଚେତାବନୀ ଦେଇଛନ୍ତି। 

କରୋନା ଭ୍ୟାକସିନ୍‌ କୋଭିସିଲ୍ଡକୁ ମାନ୍ୟତା ନଦେଇ ବ୍ରିଟେନ ଭେଦଭାବ କରିଛି। ଏନେଇ କୌଣସି ସମାଧାନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ସରକାର କହିଛନ୍ତି। ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି, ୟୁକେ କୋଭିସିଲ୍ଡକୁ ମାନ୍ୟତା ନଦେବା ‘ଭେଦଭାବପୂର୍ଣ୍ଣ’ ନିର୍ଣ୍ଣୟ। ଏହି ନିୟମ ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିଛି। ସେ ବ୍ରିଟେନର ବୈଦେଶିକ ସଚିବଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଛନ୍ତି। ୟୁକେ ବୈଦେଶିକ ସଚିବ ଏନେଇ କୌଣସି ପ୍ରକାର ସମାଧାନ କରାଯିବ ବୋଲି ଆଶ୍ବସନା ଦେଇଥିବା ଶୃଙ୍ଗଲା କହିଛନ୍ତି।

କହିରଖୁଛୁ, ବ୍ରିଟେନ ନିଜର ଯାତ୍ରା ନିୟମ ପରିବର୍ତ୍ତନ କରିଛି। ଭାରତୀୟ ବ୍ରିଟେନ ଗଲେ ସେଠାରେ ୧୦ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। ଭାରତରେ ଦୁଇଟି ଡୋଜ୍‌ ନେଇଥିଲେ ସୁଦ୍ଧା ବ୍ରିଟେନରେ ଏହା ବୈଧ ହେବ ନାହିଁ। ୟୁକେରେ ବିକଶିତ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସେଠାରେ ମାନ୍ୟତା ପାଇବେ ନାହିଁ। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକା ନେଇଥିବା ଲୋକେ ହିଁ ଅନାୟସରେ ବ୍ରିଟେନ ଯାଇପାରିବେ ବୋଲି ବୋରିସ ଜନସନଙ୍କ ସରକାର ଘୋଷଣା କରିଛନ୍ତି।

ବ୍ରିଟେନର ଏହି ନିୟମ ଦ୍ବାରା ଭାରତୀୟ ଛାତ୍ରଛାତ୍ରୀ ବିଶେଷ ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଆମେରିକା, ୟୁରୋପୀୟ ଦେଶର ପିଲାମାନଙ୍କ ଠାରୁ ଭାରତୀୟଙ୍କୁ ଅଲଗା ନଜରରେ ଦେଖାଯାଉଥିବା ନେଇ ବ୍ରିଟେନର ନ୍ୟାସନାଲ୍‌ ଇଣ୍ଡିଆନ୍‌ ଷ୍ଟୁଡେଣ୍ଟ ଆଣ୍ଡ ଆଲମୁନାଇର ଅଧ୍ୟକ୍ଷ ସନମ ଆରୋରା କହିଛନ୍ତି ।  

   Related Posts