ଲକ୍ଡାଉନ୍ ବଦଳାଇ ଦେଲା ପର୍ଣ୍ଣ ଷ୍ଟାରଙ୍କ ଜୀବନ: ଦିନକୁ ରୋଜଗାର ୨୫ ଲକ୍ଷ ଟଙ୍କାରୁ ଅଧିକ, ଦିନେ ମୂଲ ଲାଗି ପାଉଥିଲେ ୫୦୦ ଟଙ୍କା
23/01/2021 at 10:59 PM

ଲଣ୍ଡନ ୨୩/୦୧: ବ୍ରିଟେନ୍ର ସର୍ବାଧିକ ଦରମା ପ୍ରାପ୍ତ ପର୍ଣ୍ଣ ଷ୍ଟାର ଦିନେ ମୂଲ ଲାଗୁଥିଲେ। କେବଳ ୫୦୦ ଟଙ୍କାରେ ମୂଲ ଲାଗୁଥିବା ଗେମା ମାସି ଦିନକୁ ରେଜଗାର କରୁଛନ୍ତି ୨୫ ଲକ୍ଷ ଟଙ୍କା। ୧୯ ବର୍ଷରେ ହୋଇଥିବା ବେଳେ ସେ ମୂଲ ଲାଗି ଚଳୁଥିଲେ। ଆସଦାରେ ମୂଲ ଲାଗି ରୋଜଗାର କରୁଥିବା ବେଳେ ଡେଣ୍ଟାଲ ନର୍ସ ଭାବେ ଟ୍ରେନିଂ ନେଉଥିଲେ। ଏହି ସମୟରେ ତାଙ୍କ ପାଖକୁ ଜଣେ ଫଟୋଗ୍ରାଫର ଆସିଥିଲେ। ନିଜର ଭିଜିଟିଂ କାର୍ଡ ଦେଇ କହିଥିଲେ ଏହି ନମ୍ବରରେ କଲ କରିବ। କାରଣ ତୁମେ ଜଣ ବଡ଼ ମଡେଲ୍ ହୋଇପାରିବ। ଏହିଠାରୁ ହିଁ ଗେମାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା।

ଧିରେ ଧିରେ ଗୋମାଙ୍କ ଲୋକପ୍ରିୟତା ବଢ଼ିଥିଲା। ଏହା ପରେ ସେ ଆମେରିକାରେ ମଡେଲିଂ କରିଥିଲେ। ବ୍ରିଟେନର ପ୍ରଥମ ମହିଳା ଭାବେ ଗେମା ପେନ୍ଥୋସ୍ ମାଗାଜିନ୍ରେ ସ୍ଥାନ ପାଇଥିଲେ। ପରେ ସେ ଅସଡ଼ ଚଳଚ୍ଚିତ୍ରରେ କାମ କରୁଥିଲେ। ଏଥିପାଇଁ ସେ ଦିନକୁ ୨୫ ହଜାର ପାଉଣ୍ଡ (ଭାରତୀୟ ମୂଦ୍ରାରେ ୨୫ ଲକ୍ଷ ଟଙ୍କା) ରୋଜଗାର କରୁଥିଲେ। କିନ୍ତ ତାଙ୍କୁ ମାସକୁ ଗୋଟିଏ ଦିନ କାମ ମିଳୁଥିଲା। ତାଙ୍କ ପାଖରେ ସେତେ ବେଳେ ବଡ଼ ବଡ଼ କାର ଏବଂ ମାଗଣା ସର୍ଜରି ପାଇଁ ବି ସୁବିଧା ମିଳୁଥିଲା ବୋଲି ମେଗା ନିଜେ କହିଛନ୍ତି।

କରୋନା ପାଇଁ ଲକ୍ଡାଉନ୍ ହେବା ପରେ ଲୋକମାନେ ଅନଲାଇନ୍ ସେକ୍ସ ଆଡ଼କୁ ଆକର୍ଷିତ ହେବାରୁ ସେ ନିଜର ଏକ ପେଜ୍ ଖୋଲିଥିଲେ। ୨୦୨୦ରେ ଗେମା ନିଜର ଏକ ସାଇଟ୍ ଖୋଲିଥିଲେ। ଏହା ପରେ ସେ ଅଧିକ ରୋଜଗାର କରୁଛନ୍ତି। ଘର ବାହାରକୁ ବି ତାଙ୍କୁ ଯିବାକୁ ପଡ଼ୁନାହିଁ। ଡିସେମ୍ବରରେ ନିଜର ନୂଆ ସାଇଟ୍ ଖୋଲିଥିବା ବେଳେ ବହୁ ଭଲ ରେସପନ୍ସ ମିଳୁଛି ବୋଲି ଗେମା କହିଛନ୍ତି। ନିକଟରେ ତାଙ୍କୁ ୨୫୦ ଶହ ପାଉଣ୍ଡରେ ଏକ କଣ୍ଟ୍ରାକ୍ଟ ମିଳିଥିଲା। କିନ୍ତୁ ଏହାକୁ ସେ ପ୍ରତ୍ୟାଖାନ କରିଥିଲେ କାରଣ ଏହାଠୁ ଅଧିକ ଟଙ୍କା ସେ ଘରେ ବସି କମାଇପାରୁଛନ୍ତି।