Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୧୨୩ ଦିନ ପରସ୍ପରକୁ ହ୍ୟାଣ୍ଡକପରେ ଏକାଠି ରଖିଲେ, ବହୁତ ଚେଷ୍ଟା କଲେ କିନ୍ତୁ ହେଲାନି, ଶେଷରେ ଟିଭି ଲାଇଭ୍ ଶୋ’ରେ ହ୍ୟାଣ୍ଡକପ୍ ଭାଙ୍ଗିଲେ, ସମ୍ପର୍କ ବି ଭାଙ୍ଗିଲେ

19/06/2021 at 3:09 PM

ନୂଆଦିଲ୍ଲୀ, ୧୯/୦୬ :  କାମ କଲାନି ୧୨୩ ଦିନ ଧରି ହ୍ୟାଣ୍ଡକପ୍‌ରେ ରହିବା । ଶେଷରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ ୟୁକ୍ରେନର ଯୁବ ଦମ୍ପତ୍ତି । ଦୀର୍ଘ ଦିନ ଧରି ହଁ ନାଁ ର ଦ୍ୱନ୍ଦ୍ୱରେ ଥିବା ଆଲେକଜାଣ୍ଡର୍ କୁଡଲେ ଓ ଭିକ୍ଟୋରିଆ ପୁସ୍ତୋଭିତୋଭା ଶେଷରେ ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ୩୩ ବର୍ଷୀୟ ଆଲେକଜାଣ୍ଡର୍ କଣ୍ଡଲେ ଓ ୨୯ ବର୍ଷୀୟ ଭିକ୍ଟୋରିଆ ପୁସ୍ତୋଭିତୋବା ନିଜ ପ୍ରେମର ଗଭୀରତାକୁ ମାପିବା ପାଇଁ ହାତକଡି ପକାଇ ରହିଥିଲେ । ୟୁକ୍ରେନର ଖାରକିବର ଏଖ ଫ୍ଲାଟରେ ସେମାନେ ୧୨୩ ଦିନ ଏକାଠି ରହିଥିଲେ । ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଉଭୟ ପରସ୍ପରକୁ ଦୂରେଇ ନଥିଲେ । ଏହା ଦ୍ୱାରା ସେମାନଙ୍କ ସମ୍ପର୍କ ମଜବୁତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ୧୨୩ ଦିନରେ ଉଭୟେ ବିଭିନ୍ନ ସମସ୍ୟାର ସାମ୍ନା କରିଥିଲେ । ଜଣେ ମେକଅପ୍ କରୁଥିବା ବେଳେ ଅନ୍ୟ ଜଣେ ସେମିତି ଠିଆ ହୋଇ ରହିଥିଲେ । ଏପରିକି ଝଗଡା ହେବା ପରେ ବି ଉଭୟଙ୍କୁ ଏକାଠି ରହିବାକୁ ପଡୁଥିଲା । ସବୁ କାମ ଏକାଠି କରିବା ସତ୍ତ୍ୱେ ସେମାନଙ୍କର ମନ ମିଶିନଥିଲା ।

ଏହାପରେ ଉଭୟ ଗତ ମେ ୧୯ ତାରିଖରେ ଏକାଠି ରହିବେ ନାହିଁ ବୋଲି ଘୋଷଣା କରିଥିଲେ । ହାତକଡି ବେଳେ ଭିକ୍ଟୋରିଆ, ଆଲେକଜାଣ୍ଡରଙ୍କ ସହ ଏକାଠି ଅଫିସ୍ ଯାଉଥିଲେ । ଆହୁରି ମଧ୍ୟ ସମ୍ପର୍କରେ ଅନେକ ଝଡ ଆସିଥିଲା । ଶେଷରେ ଉଭୟ କିବ୍‌ର ୟୁନିଟ୍ ମନ୍ୟୁମେଣ୍ଟରେ ଏକ ଟିଭି ଲାଇଭ୍ ଶୋ’ରେ ହ୍ୟାଣ୍ଡକପ୍ ଫିଟାଇଥିଲେ । ଏବେ ସେମାନେ ପୃଥକ ରହିବେ ବୋଲି କହିବା ସହ ସେମାନଙ୍କ ଜୀବନର ରାସ୍ତା ଭିନ୍ନ ବୋଲି କହିଥିଲେ ।

ଏବେ ସେମାନେ ଏକାଠି ନଥିଲେ ମଧ୍ୟ ଦୀର୍ଘ ଦିନ ହେବା ହାତକଡିରେ ରହି ଅନେକ ରେକର୍ଡ ଭାଙ୍ଗିଛନ୍ତି । ଏଥିରେ ମିଳୁଥିବା ଅର୍ଥ ସେମାନେ ଚାରିଟିରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।

   Related Posts