ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କ ରୁଷକୁ ଧମକ, ଆକ୍ରମଣ କଲେ ହେବ ନରସଂହାର

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭।୧୨: ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ। ଆକ୍ରମଣ କଲେ ହେବ ନରସଂହାର। ରୁଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଏମିତି ଧମକ ଦେଲେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ। ଯଦି ରୁଷ ୟୁକ୍ରେନ ଉପରେ ଆକମ୍ରଣ କରେ ତେବେ ପ୍ରତିଜବାବରେ କେବଳ ନରସଂହାର ଘଟିବ। ମସ୍କୋ ଆକ୍ରମଣ କଲେ ରୁଷ କବରରେ ଯିବ ବୋଲି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ କହିଛନ୍ତି।

ଓଲେକ୍ସି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମସ୍କୋ ବିରୋଧରେ ଦୃଢତାର ସହ ଛିଡା ହେବାକୁ ଅପିଲ୍ କରିଛନ୍ତି। ୟୁକ୍ରେନ ପ୍ରସଙ୍ଗକୁ ନେଇ ଖୁବ୍ ଶୀଘ୍ର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭିଡିଓ କନଫରେନ୍ସରେ କଥା ହୋଇ ପାରନ୍ତି। ଆମେରିକା ସହିତ ୟୁରୋପୀୟ ଦେଶ ୟୁକ୍ରେନ ସୀମାରେ ସୈନ୍ୟ ଠୁଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗତ ସପ୍ତାହରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନି ବ୍ଲିଙ୍କନ କହିଥିଲେ, ଆମେ ସବୁ ପ୍ରକାରର ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ।

ରେଜନିକୋଭ କହିଛନ୍ତି, ୟୁକ୍ରେନର ଆକଳନ ଅନୁଯାୟୀ, ରୁଷ ସୀମାରେ ୯୫ ହଜାର ସୈନିକ ମୁତୟନ କରିଛି। ମାତ୍ର ଆମେରିକା ଅନୁମାନ କରୁଛି ୟୁକ୍ରେନର ଶକ୍ତି କାରଣରୁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ୧.୭୫ ଲକ୍ଷ ସୈନିକ ଜମା କରିପାରେ। ମାତ୍ର ଆମ ପାଖରେ ୨.୫ ଲକ୍ଷ ଅଧିକାରୀ, ଯିଏ ଆମ ସେନାର ସଦସ୍ୟ। ୨ ଲକ୍ଷଙ୍କୁ ରିଜର୍ଭରେ ରଖାଯାଇଛି। ତେଣୁ ୧.୭୫ ଲକ୍ଷ ରୁଷ ସୈନିକ ୟୁକ୍ରେନର ମୁକାବିଲା କରି ପାରିବେ ନାହିଁ।

ରେଜନିକୋଭ କହିଛନ୍ତି, ଯଦି ରୁଷ ଆକ୍ରମଣ କରେ ତେବେ ପୂରା ୟୁରୋପରେ ଏହାର ବିନାଶକାରୀ ପ୍ରଭାବ ଦେଖିବାକୁ ମିଳିବ। ୪୦-୫୦ ଲକ୍ଷ ୟୁକ୍ରେନର  ଲୋକଙ୍କୁ ୟୁରୋପରେ ଜାଗା ନେବାକୁ ପଡିପାରେ। ଆମେ ନିଜର ସହଯୋଗୀଙ୍କୁ ସୈନ୍ୟ ଉପକରଣ ଯୋଗାଇ ଦେବାକୁ ଅନୁରୋଧ କରିଛୁ। ଆମକୁ ସୈନିକଙ୍କ ଆବଶ୍ୟକତା ନାହିଁ କାରଣ ମୋତେ ଏହା ଉଚିତ୍ ଲାଗୁନାହିଁ ଯେ, ୟୁକ୍ରେନରେ ଆମେରିକା ସୈନିକଙ୍କ ଦେହାନ୍ତ ଘଟୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.