ବିମାନର ଜରୁରୀକାଳୀନ ଦ୍ବାର ଖୋଲି ଓ୍ବିଙ୍ଗ ଉପ​‌ରେ ବୁଲିଲେ ମହିଳା, ଏହି ବିପଦଜନକ ଘଟଣାର କାରଣ ଆଶ୍ଚର୍ଯ୍ୟଜନକ

Published By : Prameya-News7 Bureau | September 06, 2020 IST

ୟୁକ୍ରେନ୍‌ ୦୬/୦୯: ବିମାନରେ ଯାତ୍ରା କରିବା ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ । ବିମାନ ଉଡ଼ାଣ ଭରିବା ବେଳେ ବାହାରର ଦୃଶ୍ୟ ଦେଖିବାକୁ ଅନେକଙ୍କୁ ପସନ୍ଦ। ବିମାନରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ କିଛି ନିୟମ ମଧ୍ୟ ମାନିବାକୁ ପଡ଼େ। କିନ୍ତୁ ୟୁକ୍ରେନ୍‌ର ଜଣେ ମହିଳାଙ୍କ କାରନାମା ଦେଖିଲେ ଆପଣ ତାଜୁବ ହୋଇଯିବେ।

ବିମାନ ଭିତରେ ଗରମ ଲାଗିବାରୁ ଜରୁରୀକାଳୀନ ଦ୍ବାର ଦେଇ ବିମାନର ଓ୍ବିଙ୍ଗ ଉପରେ ବୁଲିଲେ। ଏଭଳି ଏଖ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଏଭଳି କାରନାମା ପାଇଁ ମହିଳା ଯାତ୍ରୀଙ୍କୁ ବ୍ଲାକ୍‌ଲିଷ୍ଟ କରିଛି ଏୟାରଲାଇନ୍ସ । ତୁର୍କୀରୁ ଆସିଥିବା ମହିଳା ବିମାନରେ ଗରମ ଲାଗୁଥିବା ନେଇ ଅଭିଯୋଗ କରିଥିଲେ। କେହି କିଛି କହିବା ପୂର୍ବରୁ ବୋଇଙ୍ଗ ୭୩୭-୮୬ଏନର ଗୋଟିଏ ଜରୁରୀକାଳୀନ କବାଟ ଖୋଲି ଓ୍ବିଙ୍ଗରେ ଚାଲି ଚାଲି ତାଜା ପବନ ଉପଭୋଗ କରିଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି ।

wp:core-embed/instagram {"url":"https://www.instagram.com/p/CEkEaFmpZam/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEkEaFmpZam/?utm_source=ig_embed
/wp:core-embed/instagram

ସେହି ବିମାନରେ ଯାତ୍ରା କରିଥିବା ଜଣେ ଯାତ୍ରୀଙ୍କ ଅନୁସାରେ, ବିମାନ ଅବତରଣ କରିସାରିଥିଲା। ପାଖାପାଖି ସବୁ ଯାତ୍ରୀ ଓହ୍ଲାଉଥିଲେ। ସେହି ମହିଳା ବି ପଛେପଛେ ଆସୁଥିଲେ । କିନ୍ତୁ ହଠାତ ବିମାନର ଜରୁରୀକାଳୀନ ଦ୍ବାର ଖୋଲିଦେଇ ଓ୍ବିଙ୍ଗ ଉପରକୁ ଚାଲିଗଲେ। ସେ ବହୁତ ଆଶ୍ଚର୍ଯ୍ୟକର ଥିଲେ। ‘ଇଏ ଆମର ମା’ ବୋଲି କହୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.