ୟୁକ୍ରେନ୍‌ ଋଷ ବିବାଦ : ମେ’ ରେ ୟୁକ୍ରେନ୍‌କୁ ଯୁଦ୍ଧ ଜାହଜ ଦେବ ବ୍ରିଟେନ୍‌, ସ୍ଥିତି ଗମ୍ଭୀର ହେବା ଆଶଙ୍କା

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୦୪ : ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପରିସ୍ଥିତି ଏପରି ଯେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟ ଦେଖାଗଲାଣି । ଋଷ ତାର ସୈନ୍ୟ ବାହିନୀ, ମିଶାଇଲ ଏବଂ ଟ୍ୟାଙ୍କର ଗୁଡିକୁ ପୂର୍ବ ୟୁରୋପରେ ସଜାଗ ରଖିଛି । ଋଷ ଏବଂ ୟୁକ୍ରେନ୍‌ ବିବାଦ ମଧ୍ୟରେ ଆସନ୍ତା ମେ ମାସରେ ୟୁକ୍ରେନ୍‌କୁ ଯୁଦ୍ଧ ଜାହଜ ବିକ୍ରି କରିବ ବ୍ରିଟେନ୍‌ । ନାଟୋ ଗଠବନ୍ଧନରେ ୟୁକ୍ରେନ୍‌ ସହ ହୋଇଥିବା ବୁଝାମଣା ଅନୁଯାୟୀ ଏଭଳି ନିଷ୍ପତ୍ତି ନେଇଛି ବ୍ରିଟେନ୍‌ ।

ବ୍ରିଟେନ୍ ଜଳ ସେନାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍‌କୁ ଟାଇପ୍‌-୪୫ ଆଣ୍ଟି ଏୟାରକ୍ରାପ୍ଟ ମିଶାଇଲ ଏବଂ ଟାଇପ୍‌-୨୩ ଫ୍ରିଗେଟ୍‌ ଆଣ୍ଟି ସବ୍‌ମାରିନ୍‌ ପ୍ରଦାନ କରିବ ବ୍ରିଟେନ୍‌ । ସୀମାରେ ଋଷ ସୈନ୍ୟ ଏବଂ ୟୁକ୍ରେନରେ ସେନା ମଧ୍ୟରେ ସଂଘର୍ଷ ମଧ୍ୟରେ ମସ୍କୋ ଏବଂ କାଇଭ୍‌ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

ବ୍ରିଟେନ୍‌ର ଜଣେ ​‌ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ବ୍ରିଟେନ ସରକାର ୟୁକ୍ରେନ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ୟୁକ୍ରେନର ସାର୍ବଭୌମତ ତଥା ଆଞ୍ଚଳିକ ଅଖଣ୍ଡତାକୁ ରକ୍ଷା କରିବାକୁ ବ୍ରିଟେନ୍‌ ସର୍ବଦା ପ୍ରତିଶ୍ରୁତି ବଦ୍ଧ ବୋଲି ବୈଦେଶିକ ମୁଖପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.