ମହିଳା ସୈନିକଙ୍କ ହାଇ ହିଲ୍ ସାଣ୍ଡଲ ପରେଡକୁ ନେଇ ୟୁକ୍ରେନରେ ବଢୁଛି ଅସନ୍ତୋଷ, ସୋସିଆଲ ମିଡିଆରେ ହେଉଛି ଜୋରଦାର ବିରୋଧ

Published By : Prameya-News7 Bureau | July 04, 2021 IST

କୈଭ : ମହିଳା ସୈନିକଙ୍କୁ ସୈନ୍ୟ ଜୋତା ବଦଳେ ହାଇହିଲ୍‌ ସାଣ୍ଡଲ ପିନ୍ଧି ପରେଡ ଅଭ୍ୟାସ କରାଯାଉଥିବାର ଛବି ଏବେ ୟୁକ୍ରେନ୍‌ରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ସେକ୍ସିଜିମ୍‌ ସହ ଏବେ ଯୋଡି ଦେଖୁଥିବା ବେଳେ ବିରୋଧୀ ଦଳ ମଧ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଆଗାମୀ ମାସରେ ୟୁକ୍ରେନ ସ୍ୱାଧୀନତାର ୩୦ତମ ବାର୍ଷିକ ପାଳନ କରିବ। ଏଥିଲାଗି ରାଜଧାନୀ କୈଭରେ ଭବ୍ୟ ସୈନ୍ୟ   ପରେଡ ପ୍ରସ୍ତୁତି ଚାଲିଥିବା ବେଳେ ମହିଳା ସୈନିକଙ୍କୁ ଜୋତା ବଦଳେ ହାଇହିଲ ସାଣ୍ଡାଲ ପିନ୍ଧି ପରେଡ ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

{"id":475381,"width":839,"height":559,"sizeSlug":"large","linkDestination":"none"}
Ukrainian Defence ministry press-service

ହାଇହିଲ ସାଣ୍ଡଲ ପିନ୍ଧି ପରେଡ ଅଭ୍ୟାସ କରିବା ମହିଳା ସୈନିକଙ୍କୁ କଷ୍ଟହେଉଛି। ତେବେ କାର୍ଯ୍ୟକ୍ରମ ବେଳକୁ ସେମାନେ ପରେଡ  ସହ ଅଭ୍ୟସ୍ତ ହୋଇସାରିଥିବେ ବୋଲି କହୁଛନ୍ତି। ପରେଡରେ ମହିଳା ସୈନିକଙ୍କୁ ଅଧିକ ଆକର୍ଷଣୀୟ ଉପସ୍ଥାପନ ଲାଗି ଏହି ପଦକ୍ଷେପ ନିଆଯାଇଛି। ହାଇ ହିଲ୍‌ ସାଣ୍ଡାଲରେ ମହିଳା ସୈନିକଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ପରଠାରୁ ଦେଶରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଲୋକେ ସୋସିଆଲ ମିଡିଆରେ ଆନ୍ଦୋଳନ ଆରମ୍ଭ କରିଦେଇଥିବା ବେଳେ ବିରୋଧୀ ଦଳ ସଂସଦରେ ଜୋତା ସହ ବିକ୍ଷୋଭ କରିଛନ୍ତି।

{"id":475384,"width":839,"height":644,"sizeSlug":"large","linkDestination":"none"}

ଗୋଲୋସ ପାର୍ଟି ସଦସ୍ୟା ଇନ୍ନା ସୋଭସନ ଏହା ହୁଏତ ମହିଳା ସୈନିକଙ୍କୁ ସ୍ୱାସ୍ଥ୍ୟଗତ ସଂକଟରେ ପକାଇପାରେ ବୋଲି କହିଥିବା ବେଳେ ଏପରି ନିର୍ଦ୍ଦେଶ ଦିଆଯିବା ମୁର୍ଖତା ଓ ହାନିକାରକ ବିଚାର ଦ୍ୱାରା ଗ୍ରସିତ ବୋଲି କହିଛନ୍ତି। ୟୁକ୍ରେନରେ ପୁରୁଷ ସୈନିକଙ୍କ ଭଳି ମହିଳା ସୈନିକମାନେ ମଧ୍ୟ ନିଜ ଜୀବନକୁ ପାଣି ଛଡେଇ ଯୁଦ୍ଧମୈଦାନରେ ଛିଡା ହେଉଛନ୍ତି। ସେମାନଙ୍କ ସହ କୌଣସି ପ୍ରକାରର ପରିହାସ ଗ୍ରହଣୀୟ ନୁହେଁ ବୋଲି ସେ ସଫାସଫା କହିଛନ୍ତି।

{"id":475385,"width":837,"height":628,"sizeSlug":"large","linkDestination":"none"}

ସେହିପରି ୟୁକ୍ରେନୀୟ ସଂସଦ ଉପାଧ୍ୟକ୍ଷା ଓଲେନା କୋଣ୍ଡରାଟ୍ୟୁକ୍‌ ମଧ୍ୟ ମହିଳାଙ୍କୁ ଆପମାନିତ କରିବା ଲାଗି ସୈନ୍ୟ ଅଧିକାରୀମାନଙ୍କୁ ସାର୍ବଜନିକ କ୍ଷମାଯାଚନା କରିବାକୁ କହିଛନ୍ତି। ଏହି ଘଟଣାର ସେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ନିକଟରେ ଋଷିଆ ସହ ୟୁକ୍ରେନର ଘମାଘୋଟ ସଂଘର୍ଷ ହୋଇଥିଲା। ଏଥିରେ ୧୩ହଜାର ୫୦୦ରୁ ଅଧିକ ମହିଳା ସୈନିକ ଯୁଦ୍ଧଭୂମିରେ ପ୍ରତ୍ୟକ୍ଷ ସଂଘର୍ଷରେ ସାମିଲ ହୋଇଥିଲେ। ୟୁକ୍ରେନ ସେନାରେ ୩୧ହଜାରରୁ ଅଧିକ ମହିଳା ସୈନିକ କାର୍ଯ୍ୟ କରୁଛନ୍ତି। ଯେଉଁମାନଙ୍କ ମଧ୍ୟରେ ୪ ହଜାର ଅଧିକାରୀ ଅଛନ୍ତି। ଏଥିରେ ସେମାନଙ୍କୁ ହାଇହିଲ୍‌ ସାଣ୍ଡଲ ପିନ୍ଧି ପରଡେ କରିବାକୁ କହିବା ନିନ୍ଦନୀୟ ବୋଲି ଲୋକେ କହିଛନ୍ତି।

{"id":475386,"width":838,"height":375,"sizeSlug":"large","linkDestination":"none"}

ଋଷିଆ ସହ ହୋଇଥିବା ସଂଘର୍ଷ ପରେ ୟୁକ୍ରେନ ଏପରି  ପରେଡ ଜରିଆରେ ନିଜର ସୈନ୍ୟ ଶକ୍ତି ପ୍ରଦର୍ଶନ ଲାଗି ପ୍ରସ୍ତୁତି ଚଳାଇଛି। ଯେଉଁଥିରେ ମହିଳା ସୈନିକଙ୍କୁ ସୈନ୍ୟ ଜୋତା ବଦଳେ ହାଇହିଲ୍‌ ସାଣ୍ଡଲ ପରେଡ ଲାଗି କୁହାଯାଇଛି। ଯାହାକୁ ସଂସଦରେ ବିରୋଧୀଦଳ ନେତା ଇରିନା ଗେରାଶ୍ଚୋଙ୍କୋ ଲିଙ୍ଗଗତ ପାତରଅନ୍ତର ବୋଲି କହିବା ସହ ଗୃହରେ ଜୋତା ପ୍ରଦର୍ଶନ କରିଛନ୍ତି। ସୋସିଆଲ ମିଡିଆରେ ଲୋକେ ୟୁକ୍ରେନ ସୈନ୍ୟ ବାହିନୀରେ କିଛି ଅଧିକାରୀଙ୍କ ମଧ୍ୟଯୁଗୀୟ ମାନସିକତାର ଏହା ପରିଚାୟକ ବୋଲି କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.