Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

୨୦୩୦ରୁ ବ୍ରିଟେନରେ ବନ୍ଦ ହେବ ଡିଜେଲ ଓ ପେଟ୍ରୋଲ ଗାଡ଼ି ବିକ୍ରି, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ନେବେ କଠୋର ପଦକ୍ଷେପ

15/11/2020 at 9:06 PM

ଲଣ୍ଡନ: ସାରା ବିଶ୍ୱ ଲାଗି ଏବେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି। ଅନେକ ଦେଶ ଅନେକ କଟକଣା ଲାଗୁ କଲେଣି। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ସମ୍ଭବ ହେଉନି। ଏଣୁ ଏ ଦିଗରେ ବ୍ରିଟେନ ସବୁଠୁ କଠୋର ପଦକ୍ଷେପ ନେବାକୁ ଯାଉଛି ।୨୦୩୦ ମସିହାରୁ ଦେଶରେ ଡିଜେଲ ଓ ପେଟ୍ରୋଲ ଚାଳିତ ବାହନ ବିକ୍ରି ନିଷିଦ୍ଧ କରିବ ବୋଲି ବିଚାର କରୁଛି।

ଏ ନେଇ ବ୍ରିଟେନ ଅନେକ ପୂର୍ବରୁ ନିଷ୍ପତ୍ତି ନେଇଛି। ୨୦୩୫ ମସିହା ସୁଦ୍ଧା ଦେଶରେ ପେଟ୍ରୋଲ ଓ ଡିଜେଲ ଚାଳିତ ବାହନ ବିକ୍ରି ବନ୍ଦ ଲାଗି ପ୍ରସ୍ତାବ ରହିଛି। ତେବେ ପରିସ୍ଥିତି ଉତ୍କଟ ହେଉଥିବାରୁ ୫ ବର୍ଷ ପୂର୍ବରୁ ଏପରି ଯାନବାହନ ବିକ୍ରି ଦେଶରେ ନିଷିଦ୍ଧ ହେବ ବୋଲି ଜଣାପଡିଛି। ବାୟୁ ପ୍ରଦୂଷଣ ଲାଗି ପେଟ୍ରୋଲ ଓ ଡିଜେଲ ଇନ୍ଧନ ମୁଖ୍ୟ କାରଣ ବୋଲି ବିଚାର କରାଯାଉଛି। ଏହା ସତ୍ତ୍ୱେ ସାରା ବିଶ୍ୱରେ ଯାନବାହନ ସଂଖ୍ୟା ବଢିବଢି ଚାଲିଛି।

ବୋରିସ ଜନସନ୍‌ ସରକାର ୨୦୩୦ ମସିହାରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ବିକ୍ରି ବନ୍ଦ ଲାଗି କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ଗ୍ରୀନ ହାଉସ୍ ପ୍ରଭାବକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଥମେ ୨୦୪୦ରେ ଦେଶରେ ପେଟ୍ରୋଲ ଓ ଡିଜେଲ ଗାଡ଼ି ବିକ୍ରି ବନ୍ଦ କରିବାକୁ ପ୍ରସ୍ତାବ ଗ୍ରହଣ କରିଥିଲା। ବେଳକୁ ବେଳ ପ୍ରଦୂଷଣ ବୃଦ୍ଧି ଓ ଏଥିଲାଗି ଉପୁଜିଥିବା ସମସ୍ୟା ପାଇଁ ଏହି ସମୟ ସୀମାକୁ ୨୦୩୫କୁ ହ୍ରାସ କରାଯାଇଥିଲା। ହେଲେ ଏବେ ସରକାର ଏଥିରେ ଆହୁରି ୫ ବର୍ଷ ହ୍ରାସ ନିମନ୍ତେ ବିଚାର କରୁଛନ୍ତି। ଯଦି ଏପରି ହୁଏ ତେବେ ଆଉ ୧୦ ବର୍ଷ ପରେ ବ୍ରିଟେନ ସହରାଞ୍ଚଳରେ ଗୋଟେ ବି ଡିଜେଲ ଅଥବା ପେଟ୍ରୋଲ ଟାଙ୍କି ନଥିବ।

   Related Posts