ବ୍ରେଗଜିଟ୍ ଲାଗି ବ୍ରିଟେନରେ ଐତିହାସିକ ମତଦାନ, ଡିସେମ୍ବରରେ ହେଲା ପ୍ରଥମ ଥର ନିର୍ବାଚନ

Published By : Prameya-News7 Bureau | December 12, 2019 IST

ଲଣ୍ଡନ :  ବ୍ରିଟେନବାସୀ ଗୁରୁବାର ଐତିହାସିକ ନିର୍ବାଚନ ଲାଗି ଭୋଟ ଦେଇଛନ୍ତି। ଇୟୁରୋପୀୟ ସଂଘ (ଇୟୁ)ରୁ ବାହାରି ଦେଶର ଭବିଷ୍ୟତ ନିର୍ମାଣ ଲାଗି ଏହି ନିର୍ବାଚନର ଫଳାଫଳ ନିର୍ଣ୍ଣାୟକ ହେବ। ଏଥିଲାଗି ଦେଶରେ ୧୯୨୩ ମସିହା ପରେ ପ୍ରଥମ ଥର ଡିସେମ୍ବର ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଲୋକେ ଖୁବ୍ ଉତ୍ସାହରେ ନିଜର ମତଦାନ କରିଛନ୍ତି।

{"id":196918,"sizeSlug":"large"}

ଇଂଲଣ୍ଡ, ୱେଲ୍ସ, ସ୍କଟଲ୍ୟାଣ୍ଡ ଓ ଉତ୍ତର ଆୟର୍ଲାଣ୍ଡର ୬୫୦ ନିର୍ବାଚନ ମଣ୍ଡଳିରେ ଏଥିଲାଗି ଭୋଟଗ୍ରହଣ ହୋଇଥିବା ବେଳେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାତି ୧୦ଟାରେ ମତଦାନ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ଇୟୁ ସମ୍ପର୍କରେ ବ୍ରିଟେନର ମନବୃତ୍ତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

{"id":196919,"sizeSlug":"large"}

ଏହି ମତଦାନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ମଧ୍ୟ ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ୱେଷ୍ଟମିନେଷ୍ଟର ନିକଟସ୍ଥ ମେଥୋଡିଷ୍ଟ ସେଣ୍ଟ୍ରାଲ ହଲ ଭୋଟବୁଥକୁ ଯାଇ ଭୋଟ ଦେଇଥିଲେ। ତେବେ ଭୋଟ ପୂର୍ବରୁ ଜନସନ୍ ତାଙ୍କ ସୋସାଲ ମିଡିଆରେ ଏକ ପୋଷ୍ଟ କରି ବ୍ରେଗଜିଟ୍ କୁ ପୁରା କରିବା ଲାଗି ଏହା ଆମପାଇଁ ଏକ ମୌକା ବୋଲି ଉଲ୍ଲେଖ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.