ଆମ ‘ଗ୍ରାଣ୍ଡ ଓଲ୍ଡ ଲେଡି’କୁ ଫେରାଇ ଦିଅ ! INS Viraat ସନ୍ଦର୍ଭରେ ଭାରତକୁ ପତ୍ର ଲେଖିଛି ବ୍ରିଟେନ ଟ୍ରଷ୍ଟ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨: ଭାରତୀୟ ନୌସେନାରୁ ବିମାନ ବାହକ ପୋତ ଆଇଏନଏସ ବୀରାଟ ଅବସର ନେବା ପରେ ଏବେ ଭଙ୍ଗା ହେବା ଲାଗି ଗୁଜରାଟ ଅଲଙ୍ଗର ସିପ୍‌ ସ୍କ୍ରାପ ୟାର୍ଡରେ ଅପେକ୍ଷା କରିଛି। ଏଥିରେ ପୋତକୁ ବଞ୍ଚାଇବା ଲାଗି ବ୍ରିଟେନରେ ଏକ ଟ୍ରଷ୍ଟ ଗଠିତ ହୋଇଥିବା ବେଳେ ଏହାକୁ ଫେରାଇନେବା ଲାଗି ଭାରତକୁ ଅନୁରୋଧ କରିଥିବା ଜଣାପଡିଛି।

{"id":375296,"sizeSlug":"large","linkDestination":"none"}

‘ହର୍ମିସ-ବୀରାଟ ହେରିଟେଜ ଟ୍ରଷ୍ଟ’ ନାମକ ଏହି ଅନୁଷ୍ଠାନ ଯୁଦ୍ଧ ଜାହାଜକୁ ନଷ୍ଟ ନ କରିବାକୁ ଭାରତ ସମେତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି।  ୟୁରୋପୀୟ ପାର୍ଲ୍ୟାମେଣ୍ଟର ଜନୈକ ପୂର୍ବତନ ସାଂସଦ ଏହି ଟ୍ରଷ୍ଟର ବ୍ୟାନର ହୋଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଏହାକୁ ଭାଙ୍ଗିଦେବା ବଦଳେ ଏକ ସାମୁଦ୍ରିକ ସଂଗ୍ରହାଳୟରେ ପରିବର୍ତ୍ତିତ କରିବାକୁ ନିବେଦନ କରିଛନ୍ତି।  ଯଦି ଏହା ସମ୍ଭବ ନ ହେଉଛି ତେବେ ୨୩ହଜାର ୯୦୦ ଟନ୍ର ଯୁଦ୍ଧ ଜାହାଜକୁ ବ୍ରିଟେନ ଫେରାଇ ନେବା ନିମନ୍ତେ ଆମକୁ ଅନୁମତି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି।  ଯେଉଁଠି ସେମାନେ ଏହାକୁ ସଂଗ୍ରହାଳୟରେ ରୂପାନ୍ତରିତ କରିପାରିବେ ବୋଲି କହିଛନ୍ତି।

{"id":375297,"sizeSlug":"large","linkDestination":"none"}

ସେଣ୍ଟାଉର ଶ୍ରେଣୀୟ ଏହି ବିମାନ ବାହକ ପୋତକୁ ଗ୍ରାଣ୍ଡ ଓଲ୍ଡ ଲେଡି ବୋଲି ମଧ୍ୟ କୁହାଯାଏ। ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ ନିର୍ମିତ ହୋଇଥିଲା।  ଏହି ଯୁଦ୍ଧଜାହାଜ ନିର୍ମାଣ କାଳରୁ ବିଳମ୍ବିତ ହୋଇଥିଲା। ଏଚଏମଏସ୍ ଏଲିଫ୍ୟାଣ୍ଟ ନାମକ ଏହି ଯୁଦ୍ଧତରୀକୁ ବ୍ରିଟେନ ଏଚ୍ଏମ୍ଏସ୍ ହର୍ମିସ୍‌ ନାମରେ ୧୯୫୯ ମସିହାରେ ନୌସେନାରେ ସାମିଲ କରିଥିଲା। ପ୍ରଥମରୁ ଯୁଦ୍ଧ ଜାହାଜ ଏହାର ଆକାର ଓ ଆବଶ୍ୟକ ହେଉଥିବା ଲୋକବଳ ଲାଗି ବ୍ରିଟେନ ସରକାରଙ୍କୁ ଚିନ୍ତାରେ ପକାଉଥିଲା। ତଥାପି ୧୯୮୨ ଫକଲ୍ୟାଣ୍ଡ ଯୁଦ୍ଧ ଓ ଅନ୍ୟ ମିସନରେ ଏହା ବେଶ୍ ସଫଳ ଥିଲା। ଦୀର୍ଘ ୨୭ ବର୍ଷର ସେବା ପରେ ୧୯୮୪ ମସିହାରେ ବ୍ରିଟେନ ନୈସେନା ଜାହାଜକୁ ଅବସର ଦେଇଥିଲା। ୧୯୮୭ ମସିହାରେ ଭାରତ ବିଶାଳ ରଣତରୀକୁ ବ୍ରିଟିଶ ସରକାରଙ୍କ ଠାରୁ କିଣି ଆଣିବା ସହ ସେହିବର୍ଷ ମେ ମାସରେନିଜ  ନୌସେନାରେ ସାମିଲ କରିଥିଲା।

{"id":375298,"sizeSlug":"large","linkDestination":"none"}

ବ୍ରିଟିଶ ନୌସେନାରେ ସେବା କାଳରେ ଏଚ୍ଏମ୍ଏସ୍ ହର୍ମିସ୍‌ ୧୯୮୨ ଫକଲ୍ୟାଣ୍ଡ ଯୁଦ୍ଧ, ଇଜିପ୍ଟ ଷ୍ଟ୍ରେଟ୍ ଅଫ ତିରାନ୍‌ ରେ ନିଜର ଦୁଃସାହାସିକତା ପ୍ରଦର୍ଶନ କରିଥିଲା। ଭାରତକୁ ବିକ୍ରି ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧଜାହାଜରେ ଅନେକ ପରିବର୍ତ୍ତନ  ହୋଇଥିବା ବେଳେ ଏହା ଏକ ଅତ୍ୟାଧୁନିକ ଯୁଦ୍ଧପୋତରେ ପରିଣତ ହୋଇସାରିଥିଲା। ଫକଲ୍ୟାଣ୍ଡରୁ ଫେରିବା ପରେ ଆଇଏନଏସ୍ ହର୍ମିସ୍‌ ନାଟୋ  ସମରାଭ୍ୟାସରେ କମାଣ୍ଡୋ କ୍ୟାରିୟର ଭାବେ କାର୍ଯ୍ୟ ତୁଲାଇଥିଲା। ୧୯୮୩ ମସିହାରେ ବ୍ରିଟେନ ଏହି ଯୁଦ୍ଧତରୀକୁ ଏଚଏମଏଏସ୍‌ ମେଲବର୍ଣ୍ଣ ବଦଳେ ଅଷ୍ଟ୍ରେଲିଆକୁ ଦେବାକୁ ଚାହିଁଥିଲା। ତେବେ ଶେଷ ମୁହୁର୍ତ୍ତରେ ଅଷ୍ଟ୍ରେଲିଆ ଏହି କାରବାରରୁ ଓହରି ଯାଇଥିବା ବେଳେ ଭାରତ ଏହାକୁ କିଣିଥିଲା।

{"id":375299,"width":575,"height":550,"sizeSlug":"large","linkDestination":"none"}

ଭାରତରେ ଆଇଏନଏସ ବୀରାଟ ନାମରେ ଏହି ଯୁଦ୍ଧତରୀ ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ସୀମା ପ୍ରହରୀ ଭାବେ ସେବା ଦେଇ ୬ ମାର୍ଚ୍ଚ ୨୦୧୭ରେ ଅବସର ନେଇଥିଲା। କୌଣସି ନୌସେନାରେ ଦୀର୍ଘ ୫୭ ବର୍ଷ ପର୍ଯ୍ୟନ୍ତ ସେବା ଦେବାରେ ଏହି ଯୁଦ୍ଧତରୀ ବିଶ୍ୱରେ ପ୍ରଥମ। ଭାରତୀୟ ନୌସେନାରୁ ଅବସର ପରେ ଏହାକୁ ସାମୁଦ୍ରିକ ସଂଗ୍ରହାଳୟ ଅଥବା ହୋଟେଲରେ ରୂପାନ୍ତରିତ କରିବାର ବିଚାର କରାଯାଇଥିଲା। ତେବେ ସବୁ ଯୋଜନା ବିଫଳ ହେବାରୁ ଏହାକୁ ଗତ ସେପ୍ଟେମ୍ବର ମାସରେ ଓଲଙ୍ଗ ଜାହାଜ ଭଙ୍ଗା କାରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଭଙ୍ଗାଯିବା ଲାଗି ଜାହାଜ ଅପେକ୍ଷା କରିଥିବା ବେଳେ ମୂଳ ଦେଶର ଟ୍ରଷ୍ଟ ଏହାକୁ ଫେରାଇ ନେଇ ନିଜ ଐତିହ୍ୟ ସାଇତିବାର ଯୋଜନା କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.