Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କମ ଖାଅ କରୋନାରୁ ଦୂରେଇ ରୁହ, ବ୍ରିଟେନର ସ୍ଵାସ୍ଥ୍ୟ ମନ୍ତ୍ରୀ ଦେଲେ ପରାମର୍ଶ

27/07/2020 at 7:37 PM

ଲଣ୍ଡନ ୨୭।୦୭: ସାରା ବିଶ୍ଵକୁ ମହାମାରୀ କରୋନା ଭୂତାଣୁ ତଳିତଳାନ୍ତ କରି ସାରିଲାଣି। ଲୋକଙ୍କ ଜୀବନ ଦୁର୍ବିସହ ହୋଇ  ପଡିଲାଣି। ସଂପ୍ରତି କରୋନା ଭାକସିନ ପାଇଁ ବିଶ୍ଵର ବୈଜ୍ଞାନିକ ସମୁଦାୟ ଅହୋରାତ୍ର ଚେଷ୍ଟା ଚଳାଇଛନ୍ତି। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ  ବୈଜ୍ଞାନିକ ଓ ଡାକ୍ତର ଲୋକଙ୍କୁ ଅନେକ ପରାମର୍ଶ ଦେଉଛନ୍ତି। ଶରୀରର ରୋଗ ପ୍ରତିଷେଧକ ବୃଦ୍ଧି ପାଇଁ କଣ ଖାଇବା ଉଚିତ୍ ଏବଂ କଣ ଅନୁଚିତ୍  ସବୁ ପ୍ରକାରର ଟିପ୍ସ ଦେଉଛନ୍ତି। ଏହି କ୍ରମରେ ବ୍ରିଟେନ୍‌ର ସ୍ଵାସ୍ଥ୍ୟ ମନ୍ତ୍ରୀ ହେଲେନ ହ୍ଵାଟଲି ସୋମବାର ନିଜ ଦେଶର ନାଗରିକଙ୍କୁ କମ୍ ଖାଅ ଏବଂ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଓଜନ ହ୍ରାସ ହେଲେ କରୋନା ସଂକ୍ରମଣର ବିପଦ କମ ଥାଏ। ମେଦବହୁଳତା  ହିଁ କରୋନାର ବିପଦକୁ ଦ୍ଵିଗୁଣିତ କରିଥାଏ। ଓଜନିଆ ଲୋକଙ୍କଠାରେ ସାଧାରଣ ଲୋକଙ୍କ ତୂଳନାରେ କରୋନା ସଂକ୍ରମଣ ହେବାର ବିପଦ ୩ ଗୁଣ ଅଧିକ ରହିଥାଏ। ତେଣୁ ଲୋକେ କମ୍ ଖାଆନ୍ତୁ ଓ ଓଜନ ହ୍ରାସ କରନ୍ତୁ। ଏହା ସ୍ଵାସ୍ଥ୍ୟ ପକ୍ଷେ ହିତକର ସହ କରୋନା ସଂକ୍ରମଣ ବିପଦକୁ କମ୍‌ କରିଥାଏ ବୋଲି ବ୍ରିଟିଶ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ବ୍ରିଟେନ୍‌ର ସରକାରୀ ଏଜେନ୍ସି ପବ୍ଲିକ ହେଲ୍‌ଥ ଇଂଲଣ୍ଡର ରିପୋର୍ଟ ଅନୁଯାୟୀ  ଅଧିକ ଓଜନର ଲୋକ କରୋନା ସଂକ୍ରମିତ  ହେଲେ ସେମାନଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକତାଠୁ ୭ ଗୁଣ ଅଧିକ ରହିଥାଏ। ବଡି ମାସ ଇଣ୍ଡେକ୍ସ ୨୫ରୁ ଉପରେ ଥିଲେ ଜାଣି ରଖନ୍ତୁ ଯେ, ଲୋକଙ୍କ ଓଜନ ଆବଶ୍ୟକତାଠୁ ଅଧିକ ରହିଛି। ଏମିତି ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ରହିଥାଏ। ମାତ୍ର ବଡି ମାସ ଇଣ୍ଡେକ୍ସ ୩୦ ରୁ ୩୫ ଥିଲେ ଏମିତି ଲୋକଙ୍କ ପ୍ରତି କରୋନା ମୃତ୍ୟୁ ବିପଦ ୪୦ ପ୍ରତିଶତ ଅଧିକ ବଢିଥାଏ।

   Related Posts