Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

୧୪ ଦିନରେ କରୋନାକୁ ପରାଜିତ କଲେ ତମନ୍ନା, ବାଣ୍ଟିଲେ ମେଡିକାଲରେ ଥିଲାବେଳର ଅନୁଭୂତି

4/04/2020 at 12:43 PM

ନୂଆଦିଲ୍ଲୀ, ୦୪|୦୪: ଲଣ୍ଡନର ୟୁନିଭର୍ସିଟୀ ଅଫ୍ କେମ୍ବ୍ରିଜରେ ପାଠ ପଢୁଥିବା ତମନ୍ନା ମାର୍ଚ୍ଚ ୧୮ ତାରିଖର ଭାରତ ଫେରିଥିଲେ । ପରେ ସେ କରୋନା ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ହସ୍ପିଟାଲରେ ୧୪ ଦିନ ବିତାଇବା ପରେ ସେ ସୁସ୍ଥ ହୋଇ ଫେରିଥିଲେ । ଏହି ସମୟରେ ସେ କେଉଁ ପ୍ରକାର ସ୍ଥିତି ଦେଇ ଗତି କରୁଥିଲେ ତାହା ବୟାନ କରିଛନ୍ତି ।

ସେ କହିଛନ୍ତି ଯେ, ୟୁକେରୁ ମାର୍ଚ୍ଚ ୧୮ରେ ଘରକୁ ଫେରିବା ପରେ କରୋନା ସନ୍ଦେହରେ ସେ ଯାଂଚ କରିଥିଲେ । ରିପୋର୍ଟ ଆସିବା ପରେ ଚିକିତ୍ସିତ ହେଉଥିବା ବେଳେ ସେ ମନରେ ସକରାତ୍ମକ ଭାବନା ରଖିଥିଲେ ।  ରିପୋର୍ଟ ଯେତେବେଳେ ପ୍ରଥମେ ଆସିଥିଲେ ସେ ଏକ ଗମ୍ଭୀର ରୋଗରେ ପୀଡିତ ଥିବାରୁ ସାମାନ୍ୟ ଅସହାୟ ମନେ କରିଥିଲେ । କିନ୍ତୁ ମେଡିକାଲ ବିଜ୍ଞାନ ଉପରେ ଭରସା ଥିଲା । ଡାକ୍ତରଙ୍କ ଉପରେ ମଧ୍ୟ ଭରସା ରହିଥିଲା ।

ସେ ଆହୁରି କହିଛନ୍ତି ଯେ, ମେଡିକାଲରେ ଭର୍ତ୍ତି ହେବା ପରେ ସେ ନିଜକୁ ଫିଟ୍ ରଖିବା ପାଇଁ କିଛି ସମୟ ଓ୍ୱାର୍ଡରେ ଚଲାବୁଲା କରୁଥିଲେ । ବହି ମଧ୍ୟ ପଢୁଥିଲେ । ୧୪ ଦିନରେ ଶରୀରରେ କିଛି ବଡ ପରିବର୍ତ୍ତନ ହୋଇନଥିଲା ସାଧାରଣ ଫ୍ଲୁ ଭଳି ଏହା ହୋଇଥିଲା । ମୋଟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୩ ପ୍ରତିଶତ ପ୍ରାଣ ହରାଇଥାନ୍ତି । ମେଡିକାଲରେ ସେ ସପୁରୀ, ଫଳ, କଦଳୀ, ସେଓ ଆଦି ଖାଉଥିଲେ ।  ଏହାସହ ଭିଟାମିନ୍ ସି ଟାବଲେଟ୍ ମଧ୍ୟ ନେଉଥିଲେ । ମନରେ ସୁସ୍ଥ ହେବା ନେଇ ଦୃଢ ଇଚ୍ଛାଶକ୍ତି ରହିଥିଲା । ଯାହା ଅନେକ ମାତ୍ରାରେ ସୁସ୍ଥ ହେବାରେ ସାହାଯ୍ୟ କରିଛି । ଡାକ୍ତରଙ୍କ ପରାମର୍ଶ ମଧ୍ୟ ମାନିବାକୁ ହେଉଥିଲା ।

ତେବେ ବିଦେଶରୁ ଆସିଥିବା ଲୋକମାନେ ଘରେ ଲୁଚିନରହି ଟେଷ୍ଟ୍ କରିବା ପାଇଁ ସେ କହିଛନ୍ତି । ଏହାସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ଅପିଲ କରିଛନ୍ତି ।

   Related Posts