ବ୍ରିଟେନରେ covid ଟିକାକରଣ, ଜାଣନ୍ତୁ ପ୍ରଥମ ଦିନର ହାଲଚାଲ

Published By : Prameya-News7 Bureau | December 08, 2020 IST

ଲଣ୍ଡନ ୮।୧୨:  ବ୍ରିଟେନରେ କୋଭିଡ ଟିକାକରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି। ଏଥିଲାଗି ୫୦ଟି ହସ୍ପିଟାଲକୁ ଫାଇଜର-ବାଓ ଏନଟେକ୍‌ ଟିକା ଯୋଗାଇ ଦିଆଯାଇଛି। ଟିକାକରଣରୁ ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଯାଇଛି। ଏଥିରେ ଗୁଜବ ମଧ୍ୟ ରଟୁଛି। ତେବେ ଆସନ୍ତୁ ଜାଣିବା ଟିକା ନେବା ପରେ କିପରି ଅନୁଭବ କରୁଛନ୍ତି ଲୋକେ, କେବେଠୁ ଶରୀରରେ ପକାଇବ ପ୍ରଭାବ।

ଫାଇଜରଙ୍କ ଏହି ଟିକାକୁ ଲୋକଙ୍କ ବାହୁରେ ଦିଆଯାଉଛି। ଏହି ଟିକାକୁ ନୂଆ ମେସେଞ୍ଜର ଆରଏନଏ ଟେକ୍‌ନିକ୍‌ରେ ବିକଶିତ କରାଯାଇଛି। କରୋନା ଭାଇରସର ଜେନେଟିକ କୋଡରୁ ବିକଶିତ ହୋଇଥିବା ଟିକା ୩ ସପ୍ତାହରେ ୨ ଡୋଜ ଦିଆଯିବ। କ୍ଲିନିକାଲ ଟ୍ରାଏଲ କାଳରେ ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କୁହାଯାଇଛି। ସେତେବେଳେ ସ୍ୱେଚ୍ଛାସେବୀଙ୍କ ଠାରେ ହାଲୁକାରୁ ମଧ୍ୟମ ଧରଣର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଯାଇଥିଲା। ଯାହା ଖୁବ୍ ଶୀଘ୍ର ଦୂର ମଧ୍ୟ ହୋଇଯାଇଥିଲା।

ସେହିପରି ଦ୍ୱିତୀୟ ଡୋଜ ପରେ ୩.୮ ପ୍ରତିଶତ ସ୍ୱେଚ୍ଛାସେବୀଙ୍କୁ ଥକ୍କା ଲାଗିବା ସହ ମୁଣ୍ଡ ବିନ୍ଧା ହୋଇଥିଲା। ତେବେ ଆକ୍ରାନ୍ତ ଦ୍ୱିତୀୟ ଡୋଜ ନେବାର ୭ ଦିନ ପରେ କୋଭିଡ ମୁକ୍ତହୋଇଯାଇଥିଲେ।  ବ୍ରିଟେନରେ ପ୍ରଥମ ଦିନ ଟିକାକରଣରେ ସେପରି କୌଣସି ଅଭିଯୋଗ ମିଳିନଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ କହିଛନ୍ତି। ତେବେ ପ୍ରସଙ୍ଗରେ ଲୋକଙ୍କ ପ୍ରତିକ୍ରିୟାକୁ କିନ୍ତୁ ଅପେକ୍ଷା କରାଯାଇଥିବା ସେମାନେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.