ବ୍ରିଟେନରେ ଆଜିଠୁ ହଟିଲା କୋଭିଡ ପ୍ରତିବନ୍ଧକ, ବିଶ୍ୱ ପାଇଁ ବିପଦ ବୋଲି ଚେତାଇଲେ ବୈଜ୍ଞାନିକ

Published By : Prameya-News7 Bureau | July 19, 2021 IST

ବ୍ରିଟେନ ୧୯/୭ : ସାରା ବିଶ୍ୱରେ କରୋନା ଭାଇରସର ପାରା ଉପର-ତଳ ହୋଇ ରହିଛି । କେତେବେଳେ ବଢୁଛି ତ କେତେବେଳେ ହ୍ରାସ ପାଉଛି । ଏହାରି ମଧ୍ୟରେ ଇଂଲଣ୍ଡରେ କରୋନା କଟକଣାକୁ ସଂପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । କରୋନା ଭୂତାଣୁ ବିସ୍ତାର ମଧ୍ୟରେ, ଯେଉଁଠାରେ ବିଶ୍ୱର ଦେଶମାନେ କରୋନାର ପରବର୍ତ୍ତୀ ଲହର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେଠି ଇଂଲଣ୍ଡ ନିଜ ଉପରେ ଥିବା ସମସ୍ତ କରୋନା ପ୍ରତିବନ୍ଧକକୁ ହଟାଇ ଦେଇଛି ।

ତେବେ ଇଂଲଣ୍ଡରୁ କରୋନା ବିସ୍ତାର ନହେବବାର ଆଶଙ୍କା ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଆଉ ଇଂଲଣ୍ଡର ଏହି ନିଷ୍ପତ୍ତି ପରଠୁ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ କର୍ମୀମାନେ ଉଦବେଗ ପ୍ରକାଶ କରିଛନ୍ତି । ବିଶ୍ୱର ୧୨୦୦ ବୈଜ୍ଞାନିକ ଏହାକୁ ବିଶ୍ୱ ପ୍ରତି ବିପଦ ବୋଲି ଆଶଙ୍କା କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପଦକ୍ଷେପ ବିଶ୍ୱ ପାଇଁ ବିପଦ ସୃଷ୍ଟି କରିପାରେ । ଏଥିସହ ହଜାର ହଜାର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ଆଶା କରାଯାଉଛି । ସୂଚନା ଥାଉକି, କିଛି ଦିନ ପୂର୍ବରୁ ବ୍ରିଟେନରେ ୫୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.