ବ୍ରିଟିଶ ପ୍ରଫେସର କହିଲେ, ଇଡଲି ଦୁନିଆର ସବୁଠୁ ବିରକ୍ତିକର ଖାଦ୍ୟ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ଦକ୍ଷିଣ ଭାରତର ସବୁଠୁ ଲୋକପ୍ରିୟ ଖାଦ୍ୟ ‘ଇଡଲି’। ସମସ୍ତେ ଏହାକୁ ମଜା ତଥା ଖୁସିରେ ଖାଇଥାନ୍ତି। କେବଳ ଯଦି ଦକ୍ଷିଣ ଭାରତ କଥା ଆଲୋଚନା କରାଯାଏ ତେବେ ଇଡଲି, ସମ୍ବର, ଚଟଣି ସେମାନଙ୍କର ପ୍ରମୁଖ ଖାଦ୍ୟ। ତେବେ ଇଡଲିକୁ ବୋରିଙ୍ଗ ବା ବିରକ୍ତିକର ଖାଦ୍ୟ ବୋଲି କହିଛନ୍ତି ଜଣେ ବ୍ରିଟିଶ ପ୍ରଫେସର। ଏହାକୁ ସେ ବୋରିଙ୍ଗ କହିବା ପରେ ବିଭିନ୍ନ ଲୋକେ ଏକଥା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ତେବେ ଏ ମାମଲା ଫୁଡ ଡେଲିଭରି ଆପ୍ ଜୋମାଟୋ ଟ୍ବିଟରରେ କରିଥିବା ଏକ ପ୍ରଶ୍ନରୁ ଆରମ୍ଭ ହୋଇଛି। ଲୋକଙ୍କୁ ଏକ ସହଜ ପ୍ରଶ୍ନ ପଚାରିଥିଲା ଜୋମାଟୋ। ତାର ପ୍ରଶ୍ନ ଥିଲା ଏମିତି କେଉଁ ଜିନିଷ ଅଛି ଯାହାକୁ ଦେଖି ଆପଣ ବୁଝିପାରନ୍ତି ନାହିଁ ଯେ ଏହା କ’ଣ ପାଇଁ ଏତେ ପସନ୍ଦ।

ଏହା ଉପରେ ଟ୍ବିଟ୍ କରିଥିଲେ ବ୍ରିଟିଶ ନାଗରିକ ତଥା ପ୍ରଫେସର ଆଡଓ୍ବାର୍ଡ ଆଣ୍ଡରସନ। ସେ ପସନ୍ଦ ବାବଦରେ ନ କହି ଓଲଟା ନାପସନ୍ଦ ବାବଦରେ କହିଛନ୍ତି କହିଲେ କିଛି ଭୁଲ ହେବ ନାହିଁ। ସେ ଟ୍ବିଟ୍ କରି ଇଡଲିକୁ ସବୁଠୁ ବୋରିଙ୍ଗ ଜିନିଷ କହିଲେ। ତେବେ ତାଙ୍କର ଏ ଟ୍ପିଟରେ ତାତିଛନ୍ତି ଦକ୍ଷିଣ ଭାରତୀୟ ଲୋକେ। ତାଙ୍କର ଖାଇବା ରୁଚିକୁ ଲୋକମାନେ ବେକାର କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ପୁଅ ଇଶାନ ଥରୁର ମଧ୍ୟ ମଜାଳିଆ ଢ଼ଙ୍ଗରେ ଏହାର ପ୍ରତିକ୍ରିୟା ରଖିଛନ୍ତି। ପୁଅର ଟ୍ବିଟରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଖୋଦ ଶଶି ଥରୁର। ଏହା ସହ ସେ ଇଡଲିକୁ ନଡ଼ିଆ ଚଟଣି ସହ ଖାଇବାକୁ ପରାମର୍ଶ ଦେଇଛନ୍ତି।

ତେବେ ବ୍ରିଟିଶ ପ୍ରଫେସରଙ୍କ ଏହି ମାମଲା ସ୍ପଷ୍ଟ କରିଛି ଯେ ତାଙ୍କୁ କେବଳ ଇଡଲି ପସନ୍ଦ ନୁହେଁ, ନଚେତ ଅନ୍ୟ ଦକ୍ଷିଣ ଭାରତୀୟ ଖାଦ୍ୟ ତାଙ୍କୁ ଖୁବ୍ ପସନ୍ଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.