କରୋନାକୁ ମାତ୍ ଦେଲେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ହସ୍ପିଟାଲରୁ ମିଳିଲା ଛୁଟି
12/04/2020 at 6:38 PM

ଲଣ୍ଡନ ୧୨।୦୪: କରୋନା ଭାଇରସ୍ରେ ସଂକ୍ରମିତ ୟୁକେର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସୁସ୍ଥ ହେବା ପରୋ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଏହାର ସୂଚନା ନ୍ୟୁଜ୍ ଏଜେନ୍ସି AFP ଡାଉନିଙ୍ଗ ଷ୍ଟ୍ରିଟ୍ ସୂତ୍ର ଆଧାରରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ବୋରିସ୍ ଜନସନ ତାଙ୍କ ଜୀବନ ବଞ୍ଚାଇ ଥିବାରୁ ରାଜ୍ୟ ବିତ୍ତ ପୋଷିତ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା(ଏନଏଚଏସ)ର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ସେ ତାଙ୍କ ଠାରେ ଋଣି ରହିଲେ।
ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଜନସନଙ୍କୁ ଶନିବାର ଲଣ୍ଡନର ସେଣ୍ଟ ଥମାସ ହସ୍ପିଟାଲର ଆଇସିୟୁର ବାହାରକୁ ଅଣା ଯାଇଥିଲା। ଏହା ପରେ ସାର୍ବଜନୀନ ବୟାନରେ ୫୫ ବର୍ଷୀୟ ଜନସନ କହିଛନ୍ତି ଯେ, ଜୀବନ ବଞ୍ଚାଇ ପାଇଁ ମୁଁ ଆପଣଙ୍କଠାରେ କୃତଜ୍ଞ।
ଉଲ୍ଲେଖଯୋଗ୍ୟ, ୟୁକେ ପ୍ରଧାନମନ୍ତ୍ରୀ ୫୫ ବର୍ଷୀୟ ବୋରିସ୍ ଜନସନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିବା ପରେ ସେ ହୋମ୍ କ୍ଵାରେଣ୍ଟାଇନରେ ରହି କାର୍ଯ୍ୟ ଜାରି ରଖିଥିଲେ। ରିପୋର୍ଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହା ପରେ କରୋନା ଲକ୍ଷଣ ଦେଖା ଯିବାର ୧୦ ଦିନ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ଦିନ ତଳେ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ତିନି ଦିନ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କୁ ଜେନେରାଲ ଓ୍ଵାର୍ଡକୁ ସିଫ୍ଟ କରାଯାଇଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୟୁକେରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୭୮ ହଜାର ୯୯୧କୁ ବୃଦ୍ଧି ଘଟିଛି। ଏହି ମହାମାରୀରେ ଦେଶରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।