ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ, ସଂକ୍ରମଣ ବୃଦ୍ଧି ଯୋଗୁଁ ବ୍ରିଟିଶ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯/୦୪ : ଭାରତରେ କରୋନା ସଂକ୍ରମଣ ବେକାବୁ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଦେଶରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । କରୋନା ପ୍ରକୋପ କମିବା ପରେ ସେ ଭାରତ ଆସିବା ନେଇ ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୨୫ ତାରିଖରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବା ନେଇ ଆଶଙ୍କା ଦେଖାଦେଇଥିବା ବେଳେ ଏହା ଉପରୁ ମଧ୍ୟ ପର୍ଦ୍ଦା ହଟିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ବ୍ରିଟେନ୍‌ର ବିପକ୍ଷ ଲେବର ପାର୍ଟି ମଧ୍ୟ ଭାରତ ଗସ୍ତ ବାତିଲ କରିବାକୁ ବୋରିସ୍‌ ଜନସନ୍‌ଙ୍କୁ କହିଥିଲେ । ଏହା ସହିତ ବୋରିସ୍‌ ଜନସନ୍‌, ମୋଦିଙ୍କ ସହିତ ଅନ୍‌ଲାଇନ୍‌ରେ ଆଲୋଚନା କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତରେ ଉଭୟ ଦେଶ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାର ଥିଲା । ତେବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଗସ୍ତ ବାତିଲ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.