Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସେକ୍ସ ଟ୍ରାଫିକିଙ୍ଗରୁ ମହିଳାଙ୍କୁ ରକ୍ଷା କରିଥିଲେ କ୍ୟାବ୍ ଡ୍ରାଇଭର,ଏବେ ତାଙ୍କୁ ପୋଲିସ କରିବ ସମ୍ମାନୀତ

30/09/2019 at 6:22 PM

ୱେଷ୍ଟମିଡଲ୍ୟାଣ୍ଡ : ଜନୈକା ଗର୍ଭବତୀ ମହିଳାଙ୍କୁ ସେକ୍ସ ଟ୍ରାଫିକିଙ୍ଗରୁ ବଞ୍ଚାଇବା ଲାଗି ଜନୈକ କ୍ୟାବ୍ ଡ୍ରାଇଭର ସଠିକ ସମୟରେ ଉପଯୁକ୍ତ ସହାୟତା କରିଥିଲେ । ଏଥିଲାଗି ଡ୍ରାଇଭରଙ୍କୁ ଏବେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ପୋଲିସ ତାଙ୍କୁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଘଟଣାଟି ଘଟିଛି ବ୍ରିଟେନରେ । ମହିଳାଙ୍କୁ ବେଶ୍ୟାଳୟ ନେଇଯିବାକୁ କ୍ୟାବ୍ ଡ୍ରାଇଭରକୁ କୁହାଯାଇଥିଲା। ତେବେ ତାଙ୍କ ପରିସ୍ଥିତିକୁ ଦେଖି ସେ ତାଙ୍କୁ ପୋଲିସ ଥାନାକୁ ନେଇଯାଇଥିଲା।

ମହିଳାଙ୍କ ସୂଚନା ଅନୁସାରେ ତାଙ୍କୁ ସେକ୍ସ ରାକେଟ୍ ରେ ଫସାଇବାକୁ ଉଦ୍ୟମ କରିଥିବା ରବର୍ଟ ଏନେସ୍କୁକୁ ପୋଲିସ ଗିରଫ କରିଥିଲା। ମହିଳା ରୋମାନିଆର । ତାଙ୍କୁ ମାସେଜ୍ ଲାଗି ନିଯୁକ୍ତି କରାଯାଇଥିଲା। ହେଲେ ଏଠାରେ ତାଙ୍କୁ ବେଶ୍ୟାବୃତ୍ତି କରିବାକୁ ଆଣିଥିବା ଲୋକେ ବାଧ୍ୟ କରୁଥିଲେ। ସେମାନେ ତାଙ୍କୁ ବ୍ରିଟେନରେ ବନ୍ଧକ କରି ରଖିଥିଲେ। ଘଟଣାଟି ଗତ ବର୍ଷର । ତେବେ ପୋଲିସ ନିକଟରେ ଭିଡିଓ ଜାରି କରି ଟ୍ୟାକ୍ସି ଡ୍ରାଇଭରଙ୍କୁ ପୁରସ୍କୃତ କରିବ ବୋଲି ଘୋଷଣା କରିଛି।

ମାମଲାରେ ଗିରଫ ଏନେସ୍କୁକୁ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ହେଲେ ଜାମିନରେ ମୁକୁଳିବା ପରେ ସେ କେଉଁଆଡେ ଫେରାର ହୋଇଯାଇଛି। ତେବେ ବ୍ରିଟେନକୁ ରୋଜଗାର ଅନ୍ୱେଷଣରେ ଆସି ସେକ୍ସ ଟ୍ରାଫିକିଙ୍ଗ କରୁଥିବା ଲୋକଙ୍କ ହାବୁଡରେ ପଡିଯାଇଥିବା ମହିଳା ଡ୍ରାଇଭରଙ୍କ ଯୋଗୁ ରକ୍ଷା ପାଇଯାଇଛନ୍ତି।  

   Related Posts