ଫରାସୀ ନାଗରିକତା ଗ୍ରହଣକରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ପିତା, କହିଲେ ଫ୍ରାନ୍ସ ସହ ରହିଛି ପାରିବାରିକ ସମ୍ପର୍କ
31/12/2020 at 5:41 PM

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ଙ୍କ ପିତା ଷ୍ଟାନଲେ ଜନସନ୍ ଫରାସୀ ନାଗରିକତା ଲାଗି ଆବେଦନ କରିଥିବା କହିଛନ୍ତି। ବ୍ରେଗଜିଟ୍ ପରେ ସେ ଇୟୁରୋପୀୟ ୟୁନିୟନ ସହ ତାଙ୍କ ସମ୍ପର୍କ ଅତୁଟ ରଖିବାକୁ ଚାହାନ୍ତି। ଏଣୁ ସେ ଫ୍ରାନ୍ସ ପାସପୋର୍ଟ ଲାଗି ମଧ୍ୟ ଆବେଦନ କରିଛନ୍ତି।
ୟୁରୋପୀୟ ପାର୍ଲାମେଣ୍ଟର ପୂର୍ବତନ ସାଂସଦ ଷ୍ଟାନଲେ ୨୦୧୬ ବ୍ରିଟେନ ଗଣ ଭୋଟରେ ତାଙ୍କ ମତାଧିକାର ମଧ୍ୟ ସାବ୍ୟସ୍ତ କରିଥିଲେ। ତେବେ ଆରଟିଏଲ ରେଡିଓକୁ ଦେଇଥିବା ସାକ୍ଷାତକାରରେ ଫ୍ରାନ୍ସ ସହ ଥିବା ମଜଭୁତ ପାରିବାରିକ ସମ୍ପର୍କ ଲାଗି ସେ ନାଗରିକତା ପରିବର୍ତ୍ତନ କରିବାକୁ ଚାହୁଁଥିବା କହିଛନ୍ତି। ସ୍ପଷ୍ଟ ଫରାସୀ କହି ପାରୁଥିବା ୮୦ ବର୍ଷ ବୟସ୍କ ଜନସନ୍ କହିଛନ୍ତି ଯେ ମୁଁ ଭଲଭାବେ ଜାଣେ ମୁଁ ଜଣେ ଫରାସୀ। ମୋ ମାଙ୍କ ଜନ୍ମ ଫ୍ରାନ୍ସରେ ହୋଇଥିଲା। ତାଙ୍କ ଜେଜେ ମଧ୍ୟ ଫ୍ରାନ୍ସ ବାସିନ୍ଦା ଏଣୁ ଫ୍ରାନ୍ସ ମୋ ଲାଗି ଠିକ୍ ସେମିତି ଯେମିତି ପୂର୍ବରୁ ଥିଲା ବୋଲି ଜନସନ୍ କହିଛନ୍ତି।
ମୁଁ ୟୁରୋପୀୟ ଥିଲି ଓ ରହିବି ଏହା ନିଶ୍ଚିତ । ବ୍ରିଟିଶ ଲୋକଙ୍କୁ କେହି ୟୁରୋପୀୟ ବୋଲି ପଚାରି ପାରିବେନି। ଏଣୁ ୟୁରୋପ ସଂଘ ସହ ସମ୍ପର୍କ ରଖିବା ଜରୁରି ବୋଲି କହିଛନ୍ତି ଜନସନ୍। ୨୦୧୬ ଜନମତ ସଂଗ୍ରହର ବୋରିଶ ନେତୃତ୍ୱ ନେଇଥିଲେ। ସେ ବ୍ରିଟେନକୁ ସମୃଦ୍ଧରୁ ଅତି ସମୃଦ୍ଧ ବୋଲି କହିଥିଲେ। ହୁଏତ ସେ ଯାହା କହୁଛନ୍ତି ତାହା ଠିକ୍ ହୋଇପାରେ କାରଣ ବ୍ୟୁରୋକ୍ରାଟିକ ୟୁରୋପୀୟ ୟୁନିୟନ ବାହାରେ ସେ ହୁଏତ ଆଉ ଏକ ଦେଶର ପରିକଳ୍ପନା କରିଥାଇପାରନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ପିତା କହିଛନ୍ତି।
ତେବେ ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ଙ୍କ ସଂସଦ ଇୟୁ ସହ ଏକ ନୂଆ ବ୍ୟବସାୟୀକ ରାଜିନାମା ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ ୟୁରୋପୀୟ ଦେଶଭାବେ ବ୍ରିଟେନ ଏକ ଅନ୍ତିମ ଦେଶ ହେବନି ବୋଲି କହିଛନ୍ତି ବୋରିଶ ଜନସନ୍। ଅନେକ ଦୃଷ୍ଟିରୁ ଆମେ ସର୍ବତ୍କୃଷ୍ଟ ୟୁରୋପୀୟ ସଭ୍ୟତା ଓ ଆମେ ସର୍ବଦା ସର୍ବୋତ୍କୃଷ୍ଟ ରହିବା ବୋଲି ବୋରିଶ କହିଛନ୍ତି। ଦୀର୍ଘ ୪୮ ବର୍ଷ ପରେ ବ୍ରିଟେନ ୟୁରୋପୀୟ ସଂଘରୁ ଗରୁବାର ରାତ୍ରିରେ ବାହାରିଆସିଛି।