ମାଲ୍ୟାଙ୍କୁ ଲାଗିଲା ଜୋରଦାର ଝଟକା, ପ୍ରତ୍ୟର୍ପଣ ବିରୋଧୀ ଯାଚିକା ଖାରଜ, ଭାରତ ଅଣାଯିବା ପଥ ପରିଷ୍କାର !

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୦୪: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଆଜି ଜୋରଦାର ଝଟକା ଲାଗିଛି। ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍‌ରେ ଲର୍ଡ ଜଷ୍ଟିସ ଷ୍ଟିଫନ ଡରଓ୍ଵିନ ଓ ଜଷ୍ଟିସ ଏଲିଜାବେଥ ଲାଇଙ୍ଗଙ୍କ ପୀଠ ଭାରତର ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା ଦାୟର କରିଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି। ଫଳରେ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର ହେବାରେ ଲାଗିଛି।

ମନି ଲଣ୍ଡ୍ରିଂ କେସ୍‌ରେ ବିଜୟ ମାଲ୍ୟା ଭାରତ ପ୍ରତ୍ୟର୍ପଣ ବିରୋଧରେ  ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ। ଚଳିତ ବର୍ଷ ଫେବୃଆରୀ ମାସରେ ୬୪ ବର୍ଷୀୟ ମାଲ୍ୟା ଏହି ଯାଚିକା ଦାଖଲ କରିଥିଲା। ଭାରତରେ ଅନେକ ବ୍ୟାଙ୍କରୁ ମାଲ୍ୟାଙ୍କ କମ୍ପାନୀ କିଙ୍ଗଫିସର ଏୟାର  ଲାଇନ୍ସ ଦ୍ଵାରା  ୯୦୦୦ କୋଟି ଟଙ୍କା ଧାର ନିଆଯାଇଥିଲା। ଯାହାର ପରିଶୋଧ ନକରି ମାଲ୍ୟା ଲଣ୍ଡନ ଫେରାର ହୋଇ ଯାଇଛନ୍ତି।

wp:core-embed/twitter {"url":"https://twitter.com/ANI/status/1252178696288350209?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fworld%2Fbritain%2Fvijay-mallya-loses-uk-high-court-appeal-in-extradition-case%2Farticleshow%2F75249720.cms","type":"rich","providerNameSlug":"twitter","className":""}
https://twitter.com/ANI/status/1252178696288350209?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fworld%2Fbritain%2Fvijay-mallya-loses-uk-high-court-appeal-in-extradition-case%2Farticleshow%2F75249720.cms
/wp:core-embed/twitter

କୁହାଯାଉଛି ଯେ, ହାଇକୋର୍ଟରେ ଏହି ଯାଚିକା ଖାରଜ ହେବା ପରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା ଏବେ ସେଠାକାର ଗୃହ ସଚିବ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କ ପାଖକୁ ଯିବ। ସେ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ମାମଲାରେ ଅନ୍ତିମ ନିର୍ଣ୍ଣୟ ନେବେ। ଏହା ପୂର୍ବରୁ ମାଲ୍ୟାଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ରହିଛି। ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରିବେ।

ଉଲ୍ଲେଖଯୋଗ୍ୟ, ମାଲ୍ୟା ମାର୍ଚ୍ଚ ୩୧ରେ କରିଥିବା ଟୁଇଟ୍‌ରେ କହିଥିଲେ ଯେ, ମୁଁ ବ୍ୟାଙ୍କକୁ ସେମାନଙ୍କ ସମସ୍ତ ଅର୍ଥ ଫେରାଇବାକୁ ଅଫର ଦେଇଛି। ମାତ୍ର ନା ବ୍ୟାଙ୍କ ନେବାକୁ ପ୍ରସ୍ତୁତ ଅଛି ନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଅର୍ଥ ନେବାକୁ ପ୍ରସ୍ତୁତ ଅଛି।

ମାଲ୍ୟାଙ୍କ ପାଖରେ ଏବେ ଏହି ବିକଳ୍ପ

କୁହାଯାଉଛି ଯେ, ବିଜୟ ମାଲ୍ୟାଙ୍କ ପାଖରେ ହାଇକୋର୍ଟ ଦ୍ଵାରା ଅର୍ଡର ପାସ୍ ପରେ ତାଙ୍କ ପାଖରେ ୧୪ ଦିନର ସମୟ ରହିବ। ସେ ଏହା ବିରୋଧରେ ସୁପ୍ରିମକୋର୍ଟର ଅପିଲ୍ ଦାୟର କରି ପାରିବେ। ଯଦି ସୁପ୍ରିମକୋର୍ଟରେ ତାଙ୍କର ଯାଚିକା ଖାରଜ ହୁଏ ତେବେ ତାଙ୍କର ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯିବ। ସୁପ୍ରିମକୋର୍ଟ ଦ୍ଵାରା ଯାଚିକା ଖାରଜ ହେବା ପରେ ଶେଷ ନିଷ୍ପତ୍ତି ସେଠାକାର ଗୃହ ମନ୍ତ୍ରଣାଳୟ ନେବେ, ଯାହାର ଦାୟିତ୍ଵ ସଂପ୍ରତି ଭାରତୀୟ ବଂଶୋଦ୍ଭବି ପ୍ରୀତି ପଟେଲ ସମ୍ଭାଳୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.