Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସହକର୍ମୀଙ୍କୁ କିସ୍ କରିବା ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପଡିଲା ମହଙ୍ଗା, କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ଦେଲେ ଇସ୍ତଫା

27/06/2021 at 10:16 AM

ଲଣ୍ଡନ ୨୭/୬: ବ୍ରିଟେନର କ୍ୟାବିନେଟ ମନ୍ତ୍ରୀ ମ୍ୟାଟ ହାନକକ୍ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି । ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-19 ପ୍ରୋଟୋକଲ ଭାଙ୍ଗିଥିଲେ । ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ ପଡିଥିଲା ଚାପ । ସୂଚନା ଥାଉକି, ନିକଟରେ ତାଙ୍କ ଅଫିସ୍ ସହକର୍ମୀଙ୍କୁ ଚୁମ୍ବନ ଦେଉଥିବାର ଏକ ଫଟୋ ଭାଇରାଲ ହୋଇଥିଲା ।

ଯାହାକି କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ହାନକକ୍ ଚୁମ୍ବନ ଦେବା ଘଟଣାକୁ ସ୍ୱିକାର କରିଥିଲେ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଲେଖିଥିବା ଏକ ପତ୍ରରେ ହାନକକ୍ କହିଛନ୍ତି ଯେ ଏହି ମହାମାରୀରେ ଯେଉଁମାନେ ଏତେ କିଛି ହରାଇଛନ୍ତି ସେମାନଙ୍କ ପାଇଁ ସରକାର ଋଣୀ । ଏହା ସହିତ ମନ୍ତ୍ରୀ ଘରୁ ବାହାରେ ଥିବାବେଳେ ସାମାଜିକ ଦୂରତା ଅନୁସରଣ କରିବାର ସରକାରୀ ନିୟମ ଉଲ୍ଲଂଘନ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ତାଙ୍କ ଇସ୍ତଫା ପରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ, ନିୟମ ଉଲ୍ଲଂଘନ ପାଇଁ ହାନକକ୍ ପୁନର୍ବାର କ୍ଷମା ମାଗିଛନ୍ତି ଓ କହିଛନ୍ତି ଯେ ପରିବାର ଏବଂ ପ୍ରିୟଜନଙ୍କୁ ଏପରି ପରିସ୍ଥିତିରେ ପକାଇଥିବାରୁ ସେ କ୍ଷମା ମାଗିଛନ୍ତି ଏବଂ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ନିରାଶ କରିଥିବାରୁ ସେ ଦୁଃଖିତ ।

   Related Posts