UKରେ Covid-19ର ନୂଆ ଭୂତାଣୁ ପ୍ରକାର ଚିହ୍ନଟ, ବ୍ୟାପୁଥିବା ନେଇ ସତର୍କ କଲେ ସ୍ୱାସ୍ଥ୍ୟ ଅଧିକାରୀ
19/12/2020 at 7:49 PM

ଲଣ୍ଡନ: କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ରଚିଛି। ବ୍ରିଟେନ ଭୂତାଣୁ ବିରୋଧରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛି। ତେବେ ଦେଶରେ କରୋନା ଭୂତାଣୁର ଏକ ନୂଆ ପ୍ରକାର ଚିହ୍ନଟ ହୋଇଥିବା ଇଂଲଣ୍ଡ ଚିଫ ମେଡିକାଲ ଅଫିସର କ୍ରିସ୍ ୱିଟି ଶନିବାର କହିଛନ୍ତି। ଯାହା ତୀବ୍ର ପ୍ରସାରିତ ହେଉଥିବା ଆଶଙ୍କା କରାଯାଉଛି।

ନୂଆ ଭୂତାଣୁ ମଧ୍ୟ ପୂର୍ବ ଭୂତାଣୁ ଭଳି ଖୁବ୍ ଶୀଘ୍ର ପ୍ରସରି ଯାଇପାରେ। ଏଣୁ ଏହା ଘାତକ କି ନା ତାହା ନିଶ୍ଚିତ କରିବା ଲାଗି ତ୍ୱରିତ ପଦକ୍ଷେପ ନିଆଯାଇଥିବା ୱିଟି କହିଛନ୍ତି। ଇଂଲଣ୍ଡର ଜନସ୍ୱାସ୍ଥ୍ୟ ଜିଓନମିକ୍ ସର୍ଭିଲିୟାନ୍ସ ଭୂତାଣୁର ନୂଆ ପ୍ରକାରକୁ ଚିହ୍ନଟ କରିଥିବା ସୋମବାର ଘୋଷଣା କରାଯାଇଥିଲା।

ପ୍ରାରମ୍ଭିକ ମଡେଲିଂ ଡାଟା ମାନଙ୍କରୁ ଭୂତାଣୁ ଦ୍ରୁତ ବ୍ୟାପୁଥିବା ଜଣାପଡିଛି। ଦକ୍ଷିଣ-ପୂର୍ବରେ ବଢୁଥିବା ସଂକ୍ରମଣ ହୁଏତ ଏହି ନୂଆ ଭୂତାଣୁ କାରଣରୁ ହୋଇପାରେ ବୋଲି ନ୍ୟୁ ଏଣ୍ଡ ଏମର୍ଜିଂ ରେସିପିରୋଟୋରୀ ଭାଇରସ ଥ୍ରିଏଟ ଆଡଭାଇଜରୀ ଗ୍ରୁପ (ଏନଇଆରଭିଟିଏଜି) ଅନୁମାନ କରୁଛନ୍ତି । ଏଣୁ ନୂଆ କୋଭିଡ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସତର୍କ କରିଛନ୍ତି।