ଚୀନ୍‌କୁ ବ୍ରିଟେନ୍‌ କହିଲା ଶୀଘ୍ର ଅର୍ଥ ଫେରାଅ, ତେଜିଲା ଖରାପ କିଟ୍‌ ବିବାଦ

Published By : Prameya-News7 Bureau | April 14, 2020 IST

ବ୍ରିଟେନ ୧୪।୦୪: ବ୍ରିଟେନ କରୋନା ଭାଇରସର ମୁକାବିଲା ପାଇଁ ଚୀନ୍‌ ଠାରୁ ୩.୫ ନିୟୁତ ଆଂଟିବଡି ଟେଷ୍ଟକିଟ୍‌ ମଗାଇଥିଲା । ମାତ୍ର ସେସବୁ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଜଣାପଡିବା ପରେ ବ୍ରିଟେନ ସରକାର ଏବେ ଚୀନ୍‌ ଠାରୁ ସେ ବାବଦ ଅର୍ଥ ଫେରସ୍ତ ମାଗିଛନ୍ତି । ଏହା ପୂର୍ବରୁ ୟୁରୋପରେ ଆଉ କିଛି ଦେଶ ବି ଚୀନ୍‌ ନିମ୍ନମାନର ଏବଂ ତ୍ରୁଟିପୂର୍ଣ୍ଣ ଉପକରଣ ଯୋଗାଉଥିବାର ଅଭିଯୋଗ କରିସାରିଛନ୍ତି । ନେଦରଲାଣ୍ଡ ସରକାର ଚୀନ୍‌ରୁ ୬ ଲକ୍ଷ ଫେସମାସ୍କ ମଗାଇଥିଲେ । କିନ୍ତୁ ସେ ସବୁ ନିମ୍ନମାନର ବୋଲି ଜଣାପଡିବା ପରେ ନେଦରଲାଣ୍ଡ ସରକାର ସେଗୁଡିକୁ ବିଭିନ୍ନ କେନ୍ଦ୍ରରୁ ପ୍ରତ୍ୟାହାର କରିଥିଲେ ।

ସ୍ପେନରେ ବି ଚୀନ୍‌ ଠାରୁ କିଣାଯାଇଥିବା ପ୍ରାୟ ୬୦,୦୦୦ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଜଣାପଡିଥିଲା । ସ୍ଲୋଭାକିଆର ସରକାର କହିଥିଲେ ଯେ ଚୀନ୍‌ ଠାରୁ କିଣାଯାଇଥିବା ପ୍ରାୟ ୧୦ ଲକ୍ଷ ଟେଷ୍ଟ କିଟ୍‌ ଏତେ ମାତ୍ରାରେ ତ୍ରୁଟିପୂର୍ଣ୍ଣ ଯେ ସେଗୁଡିକୁ ବ୍ୟବହାର କରିବା ବଦଳରେ ଫିଙ୍ଗି ଦିଆଯିବା ଦରକାର । ଚୀନ୍‌ରେ କରୋନା ଭାଇରସ ଜନିତ ପରିସ୍ଥିତି ସୁଧୁରିବା ପରେ ସିଏ ଏବେ ଅନ୍ୟ ଦେଶଙ୍କୁ ଭାଇରସର ମୁକାବିଲା କରିବା ପାଇଁ ବିଭିନ୍ନ ଉପକରଣ ଯୋଗାଇ ଆସୁଛି । ସେ ବାହାବା ନେବା ଏବଂ ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ ଏପରି କରୁଛି । କିନ୍ତୁ ସଂକଟ ସମୟରେ ଏଭଳି ନିମ୍ନମାନର ଉପକରଣ ଯୋଗାଉଥିବାରୁ ତାକୁ ବ୍ୟାପକ ସମାଲୋଚନାର ଶରବ୍ୟ ହେବାକୁ ବି ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.